ଦାରିଙ୍ଗବାଡ଼ି ମହାମାୟୀ ମନ୍ଦିରରେ ରତ୍ନମୁଦ

ଦାରିଙ୍ଗବାଡ଼ି,୨୧/୪ : ଦାରିଙ୍ଗବାଡ଼ି ସ୍ଥିତ ଲୋହୋରା ସାହିରେ ମା ମହାମାୟୀଙ୍କ ନବନିର୍ମିତ ମନ୍ଦିରରେ ରତ୍ନମୁଦ ମରାଯାଇଛି । ଏହି ଅବସରରେ ଶିବମନ୍ଦିର ମନ୍ଦିର ଠାରୁ ମହାମାୟୀ ମନ୍ଦିର ପର୍ଯ୍ୟନ୍ତ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁରୋହିତ ଲଡୁ କିଶୋର ରଥ,ଗଙ୍ଗାଧର ଷଡଙ୍ଗୀ ଓ ଆଲୋକ ତ୍ରିପାଠୀଙ୍କ ପୌରହିତ୍ୟରେ କର୍ତା ବସନ୍ତ କୁମାର ବେହେରା ପୂଜା ସମ୍ପର୍ଣ୍ଣ କରିଥିଲେ । ପୂଜାରେ ଶତାଧିକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ପ୍ରସାଦ ସେବନ କରିଥିଲେ । ମହାମାୟୀ ମନ୍ଦିର ପରିଚାଳନା କମିଟିର ସଭାପତି ରମେଶ ସାହୁ,ସମ୍ପାଦକ ଅରୁଣ ପ୍ରଧାନ, କୋଷଧକ୍ଷ ମାଧବ ବେହେରା,ପୂଜକ ସୁଭଲତା ପ୍ରଧାନ, ବିନ୍ଧାଣି ଅଲେଖ ପ୍ରଧାନ ସମେତ କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.