ମନ୍ଦରଡା ଶିକ୍ଷା କ୍ଳଷ୍ଟର ପକ୍ଷରୁ ବନ୍ଧୁ ମିଳନ


ପାତ୍ରପୁର : ମନ୍ଦରଡା ଶିକ୍ଷା କ୍ଳଷ୍ଟର ପକ୍ଷରୁ ଶିକ୍ଷକ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁରଙ୍ଗୀ ସ୍ଥିତ ମା ବନଦୁର୍ଗା ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁରଙ୍ଗୀ ଶ୍ରୀ ଶ୍ୟାମ ସୁନ୍ଦର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରି ଟହଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ରାଜ୍ୟ ସଭାପତି ଶ୍ରୀ ରାଜେଶ ମହାନ୍ତି ଯୋଗ ଦେଇଥିଲେ । ତାଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁକାନ୍ତ କୁମାର ଜେନା,ସୁରଙ୍ଗୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମନ୍ଦରଡା ଶିକ୍ଷା କ୍ଳଷ୍ଟରରୁ ପଦୋନ୍ନତି ପାଇଥିବା ଓ ବଦଳି ହୋଇ ବିଦାୟ ନେଇଥିବା ୮ ଜଣ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ସାମନ୍ତରାୟ ,M.ମାଧବ ରାଓ ,ନାରାୟଣ ପ୍ରଧାନ , ମଙ୍ଗଳା ଗୌଡ଼, ଶଙ୍କର ଚଣ୍ଡ , ନିରଞ୍ଜନ ବେହେରା ଆଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ନୂତନ ଭାବେ ଏହି କ୍ଳଷ୍ଟର ର ନନ୍ଦରାଜପୁର ,ମନ୍ଦରଡା ହୁକୁମା ,ତିନିଘାରିଆ ବିଦ୍ୟାଳୟ ରେ ଯୋଗ ଦେଇଥିବା ଶିକ୍ଷକ ଚନ୍ଦ୍ରମଣି ଶବର , ସୀମାଞ୍ଚଳ ପ୍ରଧାନ ,ମଦନ ମୋହନ ବଡମୁଣ୍ଡି ,ବୁଲୁ ଶବର ,କେ ଜୀବରତ୍ନମ ଙ୍କୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସିଆରସିସି ଚିତରଞ୍ଜନ ସାମଲ ପରିଚାଳନା କରିଥିଲେ।ଶିକ୍ଷକ ଡମ୍ବରୁ ବେହେରା ,କୃଷ୍ଣ ଚନ୍ଦ୍ର ବିଶୋୟୀ ,ଟୁନା ଶବର , ତ୍ରିପତି ଶବର , ସୀମାଞ୍ଚଳ ମହାଙ୍କୁଡା , ଜନ୍ମେଜୟ ସାମନ୍ତ , ସତ୍ୟ ଶବର ଶିକ୍ଷୟତ୍ରୀ ସଂଯୁକ୍ତ ପଣ୍ଡା ,ସୁନିତା ଶବର, ତେଜୟସ୍ପା ଦେବୀ ,ମମତା ସୁବୁଦ୍ଧି, ସରିତା ସାହୁ , ମୋହିନୀ ମାଣ୍ଡିଆ ସମତେ କ୍ଳଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ ସିଆରସିସି ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.