ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ, ଅଗ୍ନିଶମ ବିଭାଗର ମକଡ୍ରିଲ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନି ସମ ବିଭାଗ ନିଜ ନିଜର ରଣକୌଶଳ ଦେଖାଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟରେ କିଭଳି ଲୋକ କୁ ରକ୍ଷା କରାଯିବ ସେନେଇ କୌଶଳ ପ୍ରଦର୍ଶନ କରିଥିଲେ । ଦାରିଙ୍ଗବାଡ଼ି ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ବିଦ୍ୟାଧର ସାମଲଙ୍କ ନେତୃତ୍ୱକ୍ରମେ ନିରଞ୍ଜନ ବରାଳ, କାର୍ତ୍ତିକ ଚନ୍ଦ୍ର ଗୁରୁ, ବାପୁନା ରାଉତ, ଲକ୍ଷ୍ମଣ ବାରିକ, ପାଣ୍ଡଵ ମହାପାତ୍ର ଓ ସନ୍ତୋଷ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସଚେତନ କରିଥିଲେ। ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ବିଦ୍ୟାଳୟର ଅଧକ୍ଷ ରାଜେଶ କୁମାର ମହନ୍ତ, ପ୍ରଧ୍ୟାପକ ଶିବ ସେଠିଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.