ପୁଅ ବାହାଘର ଶୋଭା ଯାତ୍ରା ପାଲଟିଲା ବାପର ଶବଯାତ୍ରା : ଡିଜେ ଆବାଜରେ ବରପିତାଙ୍କ ହୃଦ ଘାତରେ ମୃତ…

ମାଲକାନଗିରି : ମାଲକାନଗିରି ରେ ଘଟିଯାଇଛି ଏହିଭଳି ଏକ ହୃଦୟ ବିଦରକ ଦୃଶ୍ୟ, । ଗତକାଲି ସୁଦୂର ଦିଲ୍ଲୀରୁ ନିଜ ପୁଅଅଙ୍କିତର ବାହାଘର ପାଇଁ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା ମାଲକାନଗିରି ଆସିଥଲେ । ପୁଅ ଅଙ୍କିତ ମାଲକାନଗିରି ର ଜଣେ ଯୁବତୀଙ୍କୁ ଭଲ ପାଇବା ପରେ ବିବାହ ପାଇଁ ସ୍ଥିର ହୋଇଥିଲା । ଗତକାଲି ରାତିରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରି ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯିବାର ଥିଲା । ହୋଟେଲ ରୁ ମାତ୍ର କେଇ ମିଟର ଦୂର ବାହାଘର ପ୍ରୋସେସନ ଚାଲିଥିବା ବେଳେ ହଠାତ୍ ରାସ୍ତା ଉପରେ ବର ବାପାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ମୁନିସପାଲଟି ଚେୟାରମ୍ୟାନ ମନୋଜ କୁମାର ବାରିକ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବା ସହ ବରପକ୍ଷ କୁ ସାହଯ୍ୟ କରିଥିଲେ । ବର ବାପାଙ୍କ ମୃତ୍ୟୁଘଟଣା ପରେ ବାହାଘର ବନ୍ଦ ରହିଥିବା ଜଣାପଡିଛି ।

ବରଯାତ୍ରୀ ତଥା ଦେଖେଣା ହାରୀଙ୍କ କରିବା ଅନୁସାରେ ଡିଜେ ଶବ୍ଦରେହିଁ ବରପିତାଙ୍କ ମୃତ୍ୟୁ ଘଟିଛି । ଆଗରୁ ବରପିତାଙ୍କ ହୃଦଘାତ ରହିଥିବା ବେଳେ ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଡିଜେ ଶବ୍ଦ ଯୋଗୁଁ ମୃତ୍ୟୁ ହୋଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.