ପ୍ରେମରେ ବିଫଳ ହୋଇ ଜୀବନ ହାରିଲେ ଯୁବକ…


ହିଞ୍ଜିଳିକାଟୁ : ଦୀର୍ଘ ୧୨ ବର୍ଷ ଧରି ଜୈନିକା ଯୁବତୀଙ୍କୁ ଭଲପାଇ ବସିଥିବା ଜୈନିକ ଯୁବକ ପ୍ରତାରଣାର ଶୀକାର ହୋଇ ଆତ୍ମହୁତି ଭଳି ଚରମ ପଦକ୍ଷେପ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି । ପ୍ରେମ ସମ୍ପର୍କରେ ଭଟ୍ଟା ପଡିବା ପରେ ବିଫଳ ପ୍ରେମିକ ଜଣଙ୍କ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହୁତି କରିବା ଭଳି ଲୋମହର୍ଷକାରୀ ଘଟଣା ହିଞ୍ଜିଳିକାଟୁ ବ୍ଲକ୍ ନୂଆଁ ମକରଝୋଳ ଗ୍ରାମରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ନୁଆଁ ମକରଝୋଳ ଗ୍ରାମର ଅଶୋକ କୁମାର ସାହୁ । ଗୁରୁବାର ହିଞ୍ଜିଳି ଥାନା ରଙ୍ଗଣିପଲ୍ଲୀ ଓ ବ୍ରହ୍ମପୁର ସଦର ଥାନା ପୋଡାପଲ୍ଲୀ କେନାଳ ରାସ୍ତାରେ ଅର୍ଦ୍ଧଦଗ୍ଧ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି । ଖବର ପାଇ ହିଞ୍ଜିଳି ଓ ବ୍ରହ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ଏକ ସୁଇସାଇଡ ନୋଟ ଜବତ କରିଛି । ଏ ନେଇ ବ୍ରହ୍ମପୁର ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.