ନିଖିଳ ଭାରତ ବଙ୍ଗାଳି ସମନ୍ୱୟ ସମିତି ସଭା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା, ଉମରକୋଟ ତହସିଲ 6 ନମ୍ବର ମୁର୍ତ୍ତୁମା ଗ୍ରାମରେ ନିଖିଳ ଭାରତ ବଙ୍ଗାଳି ସମନ୍ୱୟ ସମିତି ଦ୍ୱାରା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ମାଲକାନଗିରି, କୋରାପୁଟ, ମହାରାଷ୍ଟ୍ର, ପରଚିପାରା, ଡୁମୁରମୁଣ୍ଡା, ମହଣ୍ଡ, ହାତୀବେନା ଏବଂ ରାଇଘର ଉମରକୋଟ ଅଞ୍ଚଳର ବହୁ ବେଙ୍ଗଲୀ ଭାଇମାନେ ଯୋଗଦାନ କରିଥିଲେ | ସଭାର ମୁଖ୍ୟ ଅଂଶ ଥିଲା ନିଜ ମାତୃଭାଷା, ନାଗରିକତ୍ୱ, ଦଲିଲ ଓ ଜମି ପଟ୍ଟା | ବଙ୍ଗଳା ନିଜ ମାତୃଭାଷା ଲୋପ ପାଇବାକୁ ବସିଲାଣି ଏହାକୁ ପ୍ରଚଳନ କରିବା ପାଇଁ ସମସ୍ତେ ମତବ୍ୟକ୍ତ କଲେ | କଲିକତାରେ ସତନ୍ତ୍ର ଓଡ଼ିଆ କଲେଜ ସ୍କୁଲ ଥାଇ ଓଡ଼ିଆ ପାଠପଢା ଚାଲୁଚି ହେଲେ ଓଡ଼ିଶାରେ ବଙ୍ଗଳା ପାଠ କାହିଁକି ପଢାଯାଉ ନାହିଁ କହିଲେ ଓ ନାଗରିକତ୍ୱ, ଦଲିଲ ଜମି ଜମାର ପଟ୍ଟା ଆଜି ଯାଏ ବୋହୁ ଜାଗାର ବଙ୍ଗୀୟ ବଙ୍ଗାଳି ଭାଇ ମାନେ ପାଇଁ ନାହାନ୍ତି | ଯେମିତି ଚିଲିକାରେ ଥିବା ରାମନଗର, ଖଣନାଶି, ଭୁରଷଣ୍ଡପୁରର ବଙ୍ଗୀୟ ଭାଇ ମାନେ ବଞ୍ଚିତ ଅଛନ୍ତି, ସେହି ପରି ଭାରତର ଅନ୍ନ ଅନ୍ନ ଜ଼ିଲ୍ଲାରେ ସବୁ ବଙ୍ଗୀୟ ଭାଇ ମାନଙ୍କ ଅବସ୍ଥା ଶୋଚନିୟ ଥାଇ ସେମାନେ ସେମାନଙ୍କ ଜୀବନ କାଲୋତିପାତ କରୁଛନ୍ତି |

ଏହି ସବୁ ସମସ୍ୟାର ସମାଧାନ ଲାଗି ନୂଆ ନିଖିଳ ଭାରତ ବଙ୍ଗାଳି ସମନ୍ୱୟ ସମିତି ଗଠନ ହୋଇଛି | ସମିତିର ସଭାପତି ଭାବେ ଶ୍ରୀ ନିମାଇଁ ସରକାର, ଉପସଭାପତି ଶ୍ରୀ ସୁନୀଲ ଗାଇନ, ସମ୍ପାଦକ ଶ୍ରୀ ସୁନୀଲ ବିଶ୍ୱାସ, ଏହି ସଭାରେ ଉମରକୋଟର ବରିଷ୍ଟ ଆଇନଜିବି ଶ୍ରୀ ତପନ ଦେବନାଥ, ଶ୍ରୀ କମଳ ଗାଇନ, ଶ୍ରୀକୃଷ୍ଣ ରାୟ , ଶ୍ରୀ ନିମାଇଁ ଚନ୍ଦ୍ର ପାଳ, ଶ୍ରୀ ନନୀଗୋପାଳ ବିଶ୍ୱାସ, ଶ୍ରୀ ମାଧବ ଚନ୍ଦ୍ର ସରକାର, ବରିଷ୍ଟ ଶିକ୍ଷାବିଦ ଶ୍ରୀ ବିକାଶ ଚନ୍ଦ୍ର ବିଶ୍ୱାସ, ଶ୍ରୀ ଚିତ୍ତରଞ୍ଜନ ଢ଼ାଳି, ଶ୍ରୀ ସଂଜିତ ବିଶ୍ୱାସ ଓ ଆହୁରି ରାଇଘର ଉମରକୋଟର ବିଶିଷ୍ଟ ଗନ୍ୟ ମାନ୍ୟ ଭଦ୍ରବ୍ୟକ୍ତିମାନେ ସଭାରେ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.