ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ବନ୍ଦ ହେଲାଣି ୨୨ ପ୍ରାଥମିକ ବିଦ୍ୟାଳୟ, ୨୦ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି


ଖଲ୍ଲିକୋଟ (୧୬/୪) ରାଜ୍ୟରେ ବ୍ୟାପକ ମାତ୍ରାରେ ସ୍ମାର୍ଟ ସ୍କୁଲ ବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ କରୋନା ପାଇଁ ବିଗିଡିଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ପାଇଁ ଏଯାବତ ଠୋସ ଉଦ୍ୟମ ହୋଇପାରି ନଥିବା ଦେଖିବାକୁ ମିଳୁଛି l ପିଲାଙ୍କ ଅଭାବ ଯୋଗୁ ଖଲ୍ଲିକୋଟ ବ୍ଲକ ରେ ୨୨ ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଥବା ବେଳେ ଆହୁରି ୫ ଗୋଟି ବିଦ୍ୟାଳୟ ବନ୍ଦ ହେବାର ଆଶଙ୍କା ଉପୁଜିଲାଣି l ଏଣେ ବ୍ଲକ ରେ ପାଖାପାଖି ୨୦ ଗୋଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଓ ବିଷୟଭିତ୍ତିକ ଶିକ୍ଷକ ଅଭାବ ଅନୁଭୂତ ହେଉଥିବା ବେଳେ ହିନ୍ଦୀ ଓ ସଂସ୍କୃତ ଭଳି ଶିକ୍ଷକ ମାନେ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି | ଖଲ୍ଲିକୋଟ ବ୍ଲକର ଶତାୟୁ ଶିକ୍ଷାନୁଷ୍ଠାନ ଶ୍ରୀମରଦରାଜ ହାଇସ୍କୁଲ ରେ ଦୀର୍ଘ ୧୦ ବର୍ଷ ହେଲା ପ୍ରଧାନ ଶିକ୍ଷକ ନାହାନ୍ତି l ବିଦ୍ୟାଳୟ ରେ ପିଲା ସଂଖ୍ୟା ତୁଳନା ରେ ଶ୍ରେଣୀ କକ୍ଷ ର ଅଭାବ ଏପରିସ୍ଥଳେ ଗତ ୧୯୬୪ ମସିହା ରେ ପ୍ରତିଷ୍ଠା ହୋଇଥିବା ଏକ ୫୮ ବର୍ଷ ର ଜରାଜୀର୍ଣ୍ଣ କୋଠା ରେ ପ୍ରାୟ ୬୦ ଲକ୍ଷ ବ୍ୟୟ ରେ ସ୍ମାର୍ଟ କ୍ଲାସ ନିର୍ମାଣ ଚାଲିଛି l ସେହିପରି ହାଇସ୍କୁଲ ମାନଙ୍କରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ନବମ ଓ ଦଶମ ପଢୁ ଥିବା ଅଧିକାଂଶ ପିଲାକୁ ମାତୃଭାଷା ଆସୁନଥିବା ଏକ ସର୍ବେକ୍ଷଣ ରୁ ଜଣା ପଡିଛି l ଏଯାବତ ପ୍ରଥମ ଠାରୁ ଅଷ୍ଟମ ପିଲାଙ୍କ ବାର୍ଷିକ ପରୀକ୍ଷା ହୋଇନଥିବା ରୁ ବ୍ଲକ ୨୧ ,୨୦୩ ଜଣ ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକ ଆଶଙ୍କାରେ ଥିବା ବେଳେ ନୂତନ ପିଲାଙ୍କ ପ୍ରବେଶ ଆରମ୍ଭ ହୋଇପାରୁନି l ବ୍ଲକ ରେ ୯୮ ଗୋଟି ପ୍ରାଥମିକ ବିଦ୍ୟାଳୟ ଓ ୫୫ ଗୋଟି ଏମ ଇ ବିଦ୍ୟାଳୟ ସମେତ ୯ ଗୋଟି ଉପଗ୍ରଡେଡ଼ ହାଇସ୍କୁଲ ରେ ଆବଶ୍ୟକ ଶିକ୍ଷକ ନାହାନ୍ତି l କାରଣ ଶିକ୍ଷକ ମାନଙ୍କ ପଦୋନ୍ନତି ଓ ଅବସର ଗ୍ରହଣ ପରେ ଶିକ୍ଷକ ମାନକ ସ୍ଥାନ ପୂରଣ ନହେବା ଫଳରେ ଶିକ୍ଷକ ଅଭାବ ଦେଖାଦେଲାଣି l ବ୍ଲକ ର ଖୋଜାପଲ୍ଲୀ ,ଗୋପପୁର ,କେଶପୁର ଠାରେ ଥିବା ହାଇସ୍କୁଲ ମାନଙ୍କ ରେ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଅଭାବ ଫଳରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ ପରୀକ୍ଷାର୍ଥୀ ଓ ଅଭିଭାବକ ଉତ୍ତମ ଫଳାଫଳ ନେଇ ଚିନ୍ତା ରେ ଅଛନ୍ତି l ଶିକ୍ଷାଦାନ କ୍ଷେତ୍ର ଶିକ୍ଷକ ମାନଙ୍କ ଉତ୍ତର ଦାୟିତ୍ୱ ଅଭାବରୁ ପ୍ରାଥମିକ ବିଦ୍ୟାଳୟ ରେ ମେଧାବୀ ପିଲାଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ବିଦ୍ୟାଳୟ ଗୁଡିକ କେବଳ ପୋଷାକ ଓ ମଧ୍ୟାନ୍ନ ଭୋଜନ ରେ ସୀମିତ ରହିଛି l ସରକାର ବିଦ୍ୟାଳୟ ମାନଙ୍କ ରେ ଗାର୍ଡେନ ପାଇଁ ପ୍ରୋସ୍ଛାହନ ଦେଉଥିବା ବେଳେ ଅଧିକାଂଶ ବିଦ୍ୟାଳୟ ଏହାକୁ ଆପଣେଇ ନଥିବା ଦେଖିବାକୁ ମିଳୁଛି l ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାତ୍ର ଏକମାସ ପରେ ଅବସର ନେବାକୁ ଥିବା ବେଳେ ଖଲ୍ଲିକୋଟ ବ୍ଲକ ରେ ଶିକ୍ଷାର ବିକଳ ଚିତ୍ର ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ବ୍ଲକ ରେ ଥିବା ମାଳମାଳ ଜାଲ ଶିକ୍ଷକଙ୍କୁ ଠାବ କରିବା ନେଇ ଶିକ୍ଷା ବିଭାଗ ର ମୁଣ୍ଡବ୍ୟଥା ବଢ଼ିଯାଇଥିବା ବେଳେ ୧୧ ଜଣ ଜାଲ ଶିକ୍ଷକ ଙ୍କୁ ଠାବ କରି ଖଲ୍ଲିକୋଟ ଓ ରମ୍ଭା ଥାନା ର ଏତଲା ଦେଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.