ଛତ୍ରପୁରରେ ଶାକ୍ତପରମ୍ପରାର ଭିନ୍ନରୂପ ଝାମୁଯାତ୍ରା ଅନୁଷ୍ଠିତ

ଛତ୍ରପୁର : ଛତ୍ରପୁରସହର ଉପକଣ୍ଠ କଣମଣା ଗ୍ରାମପଞ୍ଚାୟତ ଅଧୀନସ୍ଥ ତରେଇପାଟପୁର ଗ୍ରାମରେ ବର୍ଣ୍ଣାଢ଼୍ୟ ଉତ୍ସବ ସମାବେଶରେ ଲୋକସଂସ୍କୃତିର ପରମ୍ପରା ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁ ଯାତ୍ରା ପ୍ରାୟ ଦୁଇଶହ ବର୍ଷ ଧରି ପ୍ରଚଳିତ ହୋଇଆସିଥିବା କୁହାଯାଏ । ଛତ୍ରପୁର ସହରଉପକଣ୍ଠ ହୁମର ଗ୍ରାମ, ତରେଇପାଟପୁରଗ୍ରାମ, କରାତଳି ଗ୍ରାମରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର କୈବର୍ତ୍ତ ଜାତିର ଲୋକଙ୍କ ଘରର ଇଷ୍ଟଦେବୀ ଭାବେ ପୂଜାପାଇ ଆସୁଥିବା ଗ୍ରାମଦେବୀଙ୍କ ସାଧନାରେ ମା’ଙ୍କ ହୁକୁମୁ ରେ ଏହି ଝାମୁଯାତ୍ରା ପାଳିତ ହୋଇଥାଏ । ଏହି ତିନିଜଣ କାଳସୀ ସାଧକ ପାଟହ୍ରଦରେ ପ୍ରତ୍ୟୁଷରୁ ସ୍ନାନକରିବା ପୂର୍ଵକ ଜଳରେ ଯୋଗ-ଧ୍ୟାନମଗ୍ନରେ ପଢିରହିଥିଲେ । ସନ୍ଧ୍ୟାନଇଁ ଆସିବାବେଳକୁ ସେମାନେ ସେମାନଙ୍କ ଯୋଗ ସାରି ଗ୍ରାମଦେବୀମନ୍ଦିରରେ ପ୍ରବେଶ ହୋଇବେଶଭୂଷାରେ ସଜ୍ଜିତ ହୋଇଥିଲେ । ପରେ ଦେବୀଙ୍କ ନିକଟରେ ଯଥାରୀତିରେ ପୂଜା ଅନୁଷ୍ଠିତ ହୋଇଥିଲା । ଗୁଆ ବରଣ ହୋଇ ଦେବୀଙ୍କ ଆଜ୍ଞା ପ୍ରାପ୍ତି ହେବାପରେ ନାନା ବାଦ୍ୟଧ୍ୱନି ମାଧ୍ୟମରେ ଝାମୁଯଜ୍ଞ ସ୍ଥଳକୁ ତିନିଜଣ କାଳସୀ ଙ୍କୁ ପାଛୋଟି ଅଣାଯାଇଥିଲା । ସେଠାରେ ଛଅ ଶଗଡ଼ କାଠରେ ଜଳିଥିବା ନିଆଁବେଦି ଉପରେ ଶାକ୍ତଧର୍ମିଣୀ ସାଧକ ତିନିଜଣ କାଳସୀ ନିଆଁ ଉପରେ ଚାଲିଥିଲେ । ଏହି ପ୍ରତିପାଦିତ ପାରମ୍ପରୀକ ଦେବୀଙ୍କମହିମା ଗାନପ୍ରଥା ଶକ୍ତି ସଚରାଚର ଜଗତକୁ ଏକ ସତ୍ୟର ଉତ୍ଥାପନ କରାଇ ଘୋରକଳିଯୁଗରେ ଭଗବତୀ ବିଶ୍ୱାସର ଉନ୍ମେଷ କରେ ବୋଲି ଜନ ଜାଗୃତି ମିଳେ ।

nis-ad
Leave A Reply

Your email address will not be published.