ସରନା ପୂଜାସ୍ଥଳରେ ସାରହୁଲ ପୂଜା ପାଳିତ


ରାଉରକେଲା (୧୬/୦୪) : ପବିତ୍ର ଚୈତ୍ର ପୂର୍ଣ୍ଣିମାରେ ଆଜି ରାଉରକେଲାରେ ଆଦିବାସୀ ଭାଇ ଭଉଣୀ ମନେ ସାରହୁଲ ପୂଜା ପାଳନ କରଛନ୍ତି । ଉଦିତନଗର ସରନା ପୂଜାସ୍ଥଳ ରେ ଆୟୋଜିତ ଏହି ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଭାଇଭଉଣୀ ମାନେ ଯୋଗ ଦେଇଥିଲେ । ସାରହୁଲ ପର୍ବରେ ପ୍ରକୃତି ପୂଜା କରାଯାଇଥାଏ ।
ସକାଳୁ ନିଜନିଜର ଗୃହରୁ ଜଳପୂର୍ଣ୍ଣ କଳସୀ ମୁଣ୍ଡ ରେ ଧରି ଆଦିବାସୀ ସମାଜର ମହିଳାମାନେ ପୂଜା ସ୍ଥଳୀ ରେ ପହଞ୍ଚିଥାନ୍ତି। ଏହାପରେ ପୂଜକ ମାନଙ୍କ ଦ୍ଵାରା ନୁଆ ଧାନ ରେ ବାବା ଧର୍ମେଶ ଓ ମା ସାରନା ଙ୍କୁ ସଜେଇ ଦେବା ସହ ସାମୁହିକ ପ୍ରାର୍ଥନା, ଜଳାଭିଷେକ ଏବଂ ପୂଜା ଆଦି କରାଯାଇଥିଲା।
ବାବା ଧର୍ମେଶ ଓ ମା ସାରନା ଙ୍କୁ ପ୍ରଥମେ ନୁଆ ଫଳ ଓ ଧାନ ଅର୍ପଣ ପରେ ଏହା କୁ ଗ୍ରହଣ କରିବା ଆଦିବାସୀଙ୍କ ପରମ୍ପରା କେଉଁ ଆଦିମ କାଳରୁ ରହି ଆସିଛି। ବାବା ଧର୍ମେଶ ଓ ମା ସାରନା ଙ୍କ ମିଳନ ଫଳରେ ପ୍ରକୃତି ଦେଇଥିବା ଫଳମୁଳକୁ ପ୍ରଥମେ ସମର୍ପଣ କରାଯାଇଥାଏ ।


ରାଉରକେଲା ର ଉଦିତ ନଗର ସ୍ଥିତ ସାରନା ପୂଜା ସ୍ଥଳୀ କୁ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆଦିବାସୀ ଭାଇଭଉଣୀ ବହୁ ସଂଖ୍ୟା ରେ ଆସିଥାନ୍ତି । କୋଭିଡ ଯୋଗୁଁ ଗତ ଦୁଇବର୍ଷ ଧରି ସାରହୁଲ ସମାରୋହ ବନ୍ଦ ରହିବା ପରେ ଚଳିତ ବର୍ଷ ଆରମ୍ଭ ହୋଇଛି । ଏହି ପୂଜା ସ୍ଥଳୀ କୁ ଚଳିତ ବର୍ଷ ରାଉରକେଲା ସମେତ ସୁନ୍ଦରଗଡ଼ , ଦେବଗଡ଼, କେଉଁଝର, ମୟୁରଭଞ୍ଜ ଏବଂ ଝାଡ଼ଖଣ୍ଡ, ଛତିଶଗଡ଼ ର ସୀମାରୁ ମଧ୍ୟ ବହୁ ଆଦିବାସୀ ଭାଇଭଉଣୀ ଆସି ପୂଜାରେ ସାମିଲ୍ ହୋଇଛନ୍ତି।

nis-ad
Leave A Reply

Your email address will not be published.