ଦେବୀନଗର ଉନ୍ନୟନ କମିଟି ଗଠିତ

ଛତ୍ରପୁର : ସହରାଞ୍ଚଳର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଦେବୀନଗର ସାହିର ଯୁବଗୋଷ୍ଠୀ ଓ ବରିଷ୍ଠନାଗରିକ ଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏକ ନୂତନ କମିଟି ଗଠନ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ବିଶିଷ୍ଟ ବାସ୍ତୁଶାସ୍ତ୍ରବିତ କୃଷ୍ଣଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛତ୍ରପୁର ପୋୖର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପକ୍ଷରୁ ତାଙ୍କ ପତି କେ.ଚନ୍ଦ୍ରଶେଖର ରେଡ୍ଡୀ ଯୋଗଦେଇ ଦେବୀନଗର ର ବିଭିନ୍ନ ସମସ୍ୟାଉପରେ ଅବଗତ ହୋଇଥିଲେ । ଦେବୀନଗର ସାହିରେ ପର୍ଯ୍ୟାୟକ୍ରମେ ସମସ୍ତକାର୍ଯ୍ୟ ଓ ଅଦ୍ଭାବ ଅସୁବିଧା ଧୀରେ ଧୀରେ ସୁଧାର ଅଣାଯିବ ବୋଲି ଶ୍ରୀରେଡ୍ଡୀ ସ୍ୱଷ୍ଟ କରିଥିଲେ ।
ଶାଖାପରିବର୍ଦ୍ଧିତ ଅଞ୍ଚଳ ସହ ତିନିଲେନ୍ ବିଶିଷ୍ଟ ଦେବୀନଗର ସାହି ର ସର୍ଵବିଧ ଉନ୍ନତି କଳ୍ପେ ଏହି ସାହିର କେତେକ ଜ୍ଞାନୀଗୁଣିଜନଙ୍କୁ ନେଇ ଦେବୀନଗର ଉନ୍ନୟନ କମିଟୀ ନାମରେ ଏକ ସଂଗଠନ କରାଗଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅବସରରେ ସାହି ସଂଗଠନ କୁ ପରିଚାଳନା କରିବା ନିମନ୍ତେ ଏକ ଅସ୍ଥାୟୀ କମିଟୀ ଗଠନ କରାଗଲା । ବରିଷ୍ଠ ଶିକ୍ଷାବିତ ଜି.ପାପାରାଓ ଙ୍କୁ ସଭାପତି ଏବଂ କେ.ସତ୍ୟନାରାୟଣ ରେଡ୍ଡୀଙ୍କୁ ସାଧାରଣସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନ୍ନୀତ କରାଯାଇଛି । ସେହିପରି ସହସମ୍ପାଦକ ଭାବେ ପବିତ୍ର କୁମାର ନାହାକ ଏବଂ କୋଷାଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର ଜେନା,ଏବଂ ଆଇନ ପରାମର୍ଶଦାତା ଭାବେ ଆଡ଼ଭୋକେଟ ପ୍ରମୋଦକୁମାର ପୁରୋହିତ ଏବଂ ସ୍ଥାନୀୟ କାଉନ୍ସିଲର ସୁମନ୍ତ କୁମାର ନାହାକଙ୍କୁ କାର୍ଯ୍ୟକାରୀ କମିଟୀର ସଦସ୍ୟ ଭାବେ ମନୋନ୍ନୀତ କରାଯାଇଛି । ଶ୍ରୀଶ୍ରୀ ବ୍ୟାଘ୍ରଦେବୀ ମନ୍ଦିରର ପରିଷ୍କାର ଓ ପରିଚ୍ଛନତା ସହ ମନ୍ଦିରର ଉନ୍ନତି,ପ୍ରତ୍ୟେକ ସାହିର ନାଳନର୍ଦ୍ଧମା ପରିଷ୍କାର କରିବା, ସାହିର ପ୍ରତ୍ୟେକ ଲୋକ ନାଳରେ ଓ ବାହାରେ ଅଳିଆ ନ ପକାଇ ଏନ୍.ଏ.ସି.ର ଅଳିଆ ଗାଡ଼ିରେ ପକାଇବା, ସ୍ଥାନୀୟ ଗେଟ୍ ବନ୍ଧ କୁ ଏକ ଆଦର୍ଶ ପୁଷ୍କରିଣୀରେ ପରିଣତ କରିବା ଓ ଏହାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ମତପ୍ରକାଶ ପାଇଥିଲା । ଏହାର ଆବଶ୍ୟକତା ନେଇ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।
ପ୍ରାଥମିକସ୍ତରୀୟ କ୍ରମେ ସୋମବାର ଠାରୁ ଦେବୀନଗର ସାହି ମଧ୍ୟରେ ଥିବା ସମସ୍ତ ନାଳ-ନର୍ଦ୍ଦମା ଗୁଡିକ ସଫେଇ କାର୍ଯ୍ୟ ଏବଂ ପୋତି ହୋଇପଡ଼ିଥିବା ନାଳରେ ମାଟି ଓ କାଦୁଅ ସଫା କାର୍ଯ୍ୟରମ୍ଭ କରାଯାଇଛି ବୋଲି କୁହାଯାଇଛି ।

nis-ad
Leave A Reply

Your email address will not be published.