ରାମନବମୀ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ରାଉରକେଲା ଏସପି ସମସ୍ତ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କଲେ

ରାଉରକେଲା (୧୫/୦୪) : ରାଉରକେଲା ରେ ରାମନବମୀ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଥିବାରୁ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶୁକ୍ରବାର ଦିନ ଏସପି ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ବୈଠକରେ ଏସପି , ବରିଷ୍ଠ ପୋଲିସ ଅଧିକାରୀ , ରାଉରକେଲା ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ , ସହରର ସମସ୍ତ ରାମନବମୀ ଅଖାଡା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ରଶାସନ ତରଫରୁ ରାମନବମୀ ଶୋଭାଯାତ୍ରା ଲାଗି ଅନୁମତି ମିଳିନଥିଲା। ପରେ ରାଉରକେଲା ଏସ ପି , ଏଡିଏମ ଙ୍କ ଉଦ୍ୟମରେ ସମସ୍ତ ଅଖାଡା କମିଟିର ସଦସ୍ୟ ମାନଙ୍କ ସହ ବୈଠକ ବସିଥିଲା ।

ସମସ୍ତେ ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଶୋଭାଯାତ୍ର ଲାଗି ଅନୁମତି ଦିଆଯାଇଥିଲା। ସମସ୍ତେ ନିଜନିଜ ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନ କରିଥିବାରୁ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇ ପାରିଲା ବୋଲି ରାଉରକେଲା ଏସପି ମୁକେଶ କୁମାର ଭାମୂ କହିଛନ୍ତି । ପୋଲିସ ର ସହଯୋଗ ଏବଂ ସୁଚାରୁ ଭାବେ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସମସ୍ତ କମିଟି ସଦସ୍ୟ ରାଉରକେଲା ଏସ ପି ଙ୍କୁ ଧନ୍ୟବାଦ ଦେଇଥିଲେ ।

nis-ad
Leave A Reply

Your email address will not be published.