ଚିକିଟି ରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀଙ୍କ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଚିକିଟି : ଗୁରୁବାର ଦିନ ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ସନ୍ଧ୍ୟା ୬.୩୦ ମି ସମୟରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀ ମନ୍ଦିରର ମେନେଜିଂ ଟ୍ରଷ୍ଟ ସଭାପତି ଶ୍ରୀ ଧର୍ମା ସାହୁଙ୍କ ଅଧକ୍ଷତାରେ ମେନେଜିଂ ଟ୍ରଷ୍ଟର ସମସ୍ତ ସଭ୍ୟ ଏବଂ ଗ୍ରାମବାସୀଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଅଛି। ଏହି ବୈଠକରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀଙ୍କ ଯାତ୍ରା ବିଷୟରେ ଆଲୋଚନା କରାଯାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ହିସାବରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀଙ୍କର ଯାତ୍ରା ପରିଚାଳନା କରିବା ନିମନ୍ତେ ସ୍ଥିର କରାଗଲା । ଚିକିଟି ଅଞ୍ଚଳର ମୁଖ୍ୟ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ଆସନ୍ତା ତା ୩.୫.୨୦୨୨ ରିଖ ମଙ୍ଗଳବାର ସନ୍ଧ୍ୟା ୬.୬ ମିନିଟ ଠାରୁ ସନ୍ଧ୍ୟା ୬.୫୬ ମିନିଟ ମଧ୍ୟେ ଶୁଭଖୁଣ୍ଟି ସ୍ଥାପନ ହେବ |

ସେହିପରି ତା ୨୭.୫.୨୦୨୨ ରିଖ ଶୁକ୍ରବାର ସନ୍ଧ୍ୟା ୬.୧୫ ମିନିଟ ଠାରୁ ରାତ୍ର ୯.୦୦ ମିନିଟ ମଧ୍ୟେ ମଁl ମୁକ୍ତାଦେବୀଙ୍କ ଘଟ ଆବାହନ ଏବଂ ତା ୧୦.୬.୨୦୨୨ ରିଖ ଶୁକ୍ରବାର ନିଶାନ୍ତ ୪.୧୦ ମିନିଟ ଠାରୁ ୫.୧୦ ମିନିଟ ମଧ୍ୟେ ମଁlଙ୍କ ମନ୍ଦିର ପ୍ରବେଶ। ଦୀର୍ଘ ୧୫ ଦିନର ଯାତ୍ରାକୁ ଆଖି ଆଗରେ ରଖି ଗ୍ରାମର ପ୍ରତ୍ୟେକ ସାହିର ଜଣେ ଲେଖାଁଏ ବ୍ୟକ୍ତିଙ୍କୁ ମନୋନୀତ କରି ମନ୍ଦିର ପରିଚାଳନା କମିଟିକୁ ଦେବା ପାଇଁ କୁହାଯାଇଛି ଯାହାଦ୍ୱାରା ଏହି ବ୍ୟକ୍ତି ମାନେ ଓ ପରିଚାଳନା କମିଟି ମିଶି ଯାତ୍ରା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରି ଯାତ୍ରାକୁ ସୁଚାର ରୂପେ ପରିଚାଳନା କରିବା ବୋଲି ମନ୍ଦିର କମିଟି ତରଫରୁ କୁହାଯାଇଛି। ବିଗତ ୨୦୨୦ ମସିହାରେ ମଁlଙ୍କ ଯାତ୍ରା ହେବାକୁ ଥିବା ବେଳେ କରୋନା ଯୋଗୁଁ ଯାତ୍ରା ହୋଇ ପାରିନାହିଁ ତେଣୁ ଏହି ବର୍ଷ ଯାତ୍ରାକୁ ନେଇ ଗ୍ରାମବାସୀ ଓ ଯୁବପୀଢ଼ିଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ଅନୁଭବ ଦେଖିବାକୁ ମିଳିଛି। ଆଗକୁ ଭୀଷଣ ଗରମକୁ ଆଖି ଆଗରେ ରଖି ପ୍ରତ୍ୟେକ ସାହି ଓ ବଜାରରେ ଜଳଛତ୍ର ତା ସାଙ୍ଗକୁ ଅସ୍ଥାୟୀ ଶୌଚାଳୟ ଏବଂ ୨୪ ଘଣ୍ଟା ମେଡିକାଲ ବ୍ୟବସ୍ଥା ଓ ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଗ୍ରାମବାସୀ ମତ ପ୍ରକାଶ କରିଥିବା ବେଳେ କମିଟି ଏ ସବୁ ଦିଗରେ ଆଗାମୀ ବୈଠକରେ ଆଲୋଚନା କରିବା ସହ ସୁବ୍ୟବସ୍ଥା କରାଯିବ ବୋଲି କମିଟି ମତ ପ୍ରକାଶ କରିଛନ୍ତି। ପୂର୍ବ ଲିଖିତ ଅନୁସାରେ ମଁlଙ୍କ ଯାତ୍ରାରେ ମୁଖ୍ୟ କର୍ତ୍ତା ଭାବେ ସାନଦେବ ସାହି ବାସିନ୍ଦା ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ମଁlଙ୍କ ବାପଘର ସକାଶେ ବକ୍ସି ସାହି ବାସିନ୍ଦା ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଘରକୁ ମନୋନୀତ କରାଯାଇଛି। ଏହି ବୈଠକରେ ମନ୍ଦିର ମେନେଜିଂ ଟ୍ରଷ୍ଟର ସଭାପତି ଧର୍ମା ସାହୁ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ କୋଷାଧ୍ୟକ୍ଷ ପ୍ରମୋଦ କୁମାର ସାହୁ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ଚନ୍ଦ୍ର ପାଢ଼ୀ, ଏସ. ସତ୍ୟବାଦୀ ସୁବୁଦ୍ଧି, ଟି. ଆନନ୍ଦ ରାଓ ସୁବୁଦ୍ଧି, ରଘୁନାଥ ସାହୁ, ମାର୍କଣ୍ଡ ସାହୁ, କୁରେଶ ସାହୁ, ମଥୁରା ସାହୁ ଓ କ୍ଷୀରମଣି ନାୟକ ଉପସ୍ଥିତ ଥିବା ବେଳେ ଯୁବ ସଭାପତି ରଘୁନନ୍ଦନ ସାହୁ, ଅକ୍ଷୟ କୁମାର ସାହୁ, ତ୍ରିପତି କୁମାର ସାହୁ, ରାଜେଶ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଲକ୍ଷ୍ମୀକାନ୍ତ ପାଢ଼ୀ ଓ ଗ୍ରାମର ସମସ୍ତ ବୃଦ୍ଧିଜୀବୀ ସାଙ୍ଗକୁ ଯୁବପିଢ଼ି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.