ବିଦ୍ୟା ଷ୍ଟଡ଼ି ପଏଣ୍ଟ ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ

ରାଉରକେଲା(ବସନ୍ତ କୁମାର ଜେନା) : ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ମହାସମାରୋହରେ ପାଳନ କରାଯାଇଥିଲ। । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ଭାଗୀରଥୀ ଯୋଶୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ସିଧିନାଥ ଯୋତିଶୀ,ସାମାଜିକ କର୍ମୀ ସମାଇ ସୋରେନ,ଟାଙ୍ଗରପାଲୀ ଥାନା ଏସଆଇ ସିନ୍ମୟ ବଳ,ସମାଜସେବୀ ଦୀପକ ଦାଶ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ଼.ସନାତନ ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ,ନରେନ୍ଦ୍ର ମଲ୍ଲିକ,ସୁକନାଥ ବିଶୋଇ, ଅଧ୍ୟାପକ ସୁନୀଲ ସାମଲ,ଚନ୍ଦ୍ର ଶେଖର ମୁନୀ,ୟୁଧିଷ୍ଠିର ପଶାୟତ, ରାଧେଶ୍ୟାମ ଚିକ, ରାମଚନ୍ଦ୍ର ଗିରି, କାଶୀନାଥ ବେହୁରା, ସୁକାନ୍ତ ମହାନ୍ତି ଅନ୍ୟ ସଦସ୍ୟ ମାନେ ପରସ୍ପରକୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସନାତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସକ୍ରୀୟ ଭୂମିକା ନିର୍ବାହ କରିଥିଲେ ।

nis-ad
Leave A Reply

Your email address will not be published.