କାର ସହ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ଦାରିଙ୍ଗବାଡ଼ି (୧୫/୪) : ଦାରିଙ୍ଗବାଡ଼ି ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରିଥିବା ବେଳେ ଚାଲାଣକାରୀ କାର ଛାଡିଦେଇ ଖସିପଳେଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ପୋଲିସର ସୂଚନା ପ୍ରକାରେ ,ଗୁରବାର ଦିନ ସକାଳ ସାଢ଼େ ୯ ଘଣ୍ଟିକା ସମୟରେ ଏକ କାର ଯୋଗେ ଗଞ୍ଜେଇ ଧରି ସିମନବାଡ଼ି ଠାରୁ ରାଇକିଆ ରାସ୍ତା ଦେଇ ଯିବା ସମୟରେ ପୋଲିସ ସୂଚନା ପାଇ କାରଟିର ପିଛା କରିଥିବା ବେଳେ ଚାଲାଣକାରୀ ମାନେ ଏହା ଜାଣିପାରି ସିମନବାଡ଼ି ଠାରୁ ୨ କିଲୋମିଟର ଦୂର ନାଡ଼ାଗାଣ୍ଡା ଘାଟିରେ ଗାଡ଼ି ଛାଡ଼ିଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ଏହାପରେ ପୋଲିସ କାରରେ ଥିବା ୪୦ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ କାରକୁ ଜବତ କରିଥିଲେ । ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା ସହ ପୋଲିସ ଫୋର୍ସ ଚଢ଼ାଉରେ ସାମିଲଥିଲେ । ପୋଲିସ ଏନେଇ ମାମଲା ୬୭/୨୨ ରୁଜୁ କରି ଅଧିକ ତଦନ୍ତ କରୁଥିବା ଅଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.