ଘରୋଇ ହସପିଟାଲରେ ମିଳିବ କରୋନା ଟିକା, ଡୋଜ୍‌ ପ୍ରତି ୨୨୫ ଟଙ୍କା

ନୂଆଦିଲ୍ଲୀ: ଏବେ ଘରୋଇ ହସପିଟାଲରେ ସ୍ୱଳ୍ପ ଦରରେ ମିଳିବ କରୋନା ଟିକା। ଉଭୟ ଭାରତୀୟ ନିର୍ମିତ ଶେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍‌ ସୁବିଧା ମୂଲ୍ୟରେ ହସପିଲାଟଲରେ ଉପଲବ୍ଧ ହେବ। ଉଭୟ ଟିକାର ଦର ଡୋଜ୍‌ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ପରିଚଳାନା ଗତ ପ୍ରୋସେସିଂ ଫି ବାବକୁ ହସପିଟାଲମାନେ ଅତିରିକ୍ତ ୧୫୦ ଟଙ୍କା ଦାବି କରିବେ। ଶନିବାର ଶେରମ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଡାର ପୁନୱାଲା ଟ୍ୱିଟ୍‌ କରି ଏହା କହିଛନ୍ତି। ସେ କହିଛନ୍ତି ଯେ, ଟିକା ନିର୍ମାତାକାରୀମାନେ କୋଭିଡ ଟିକାର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ଏହା ୬୦୦ ଟଙ୍କା ଥିବା ବେଳେ ଏବେ ଏହା ହ୍ରାସ ହୋଇ ୨୨୫ ଟଙ୍କା ହୋଇଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହି ନିର୍ଣ୍ଣୟ ନିଆଯାଇଛି। ସେହିପରି ଭାରତ ବାୟୋଟେକର ସହ ପ୍ରତିଷ୍ଟାତା ସୁଚରିତା ଇଲ୍ଲା ମଧ୍ୟ ଟ୍ୱିଟ୍‌ କରି ଟିକା ହ୍ରାସ କରାଯିବା କଥା ଉଲ୍ଲେଖ କରିଛନ୍ତି । ପୂର୍ବରୁ କୋଭାକ୍ସିନ୍‌ ଡୋଜ୍‌ ପ୍ରତି ୧୨୦୦ ଟଙ୍କା ଥିଲା ଳେବଳେ ଏବେ ଏହା ୨୨୫ ଟଙ୍କାରେ ଉପଲବ୍ଧ ହେବ।
ଏପ୍ରିଲ ୧୦ରୁ ଘରୋଇ ଟିକା ସେଣ୍ଟରରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବା ନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ଦ୍ୱତୀୟ ଡୋଜ୍‌ ନେବାର ୯ ମାସ ପରେ ଲୋକେ ବୁଷ୍ଟର ଡୋଜ୍‌ ନେଇ ପାରିବେ। ଗତ ଜାନୁଆରି ମାସରୁ ଦେଶବ୍ୟାପୀ କୋଭିଡ୍‌ ଟିକା ଅଭିଯାନ ଆରମ୍ଭ କରାଯାଇଥିଲା।

nis-ad
Leave A Reply

Your email address will not be published.