କ୍ଷମତା ବଳୟରେ ଜନ୍ମ ହୋଇଛି, କିନ୍ତୁ ମୋର ସେଥିପ୍ରତି ମୋହ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କ୍ଷମତା ଉପଭୋଗକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏକ ରୋଚକ ବୟାନ ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ, ଯଦିଓ ମୁଁ କ୍ଷମତାର ବଳୟରେ ଜନ୍ମଗ୍ରହଣ କରିଛି କିନ୍ତୁ ମୋର ସେଥିପ୍ରତି ଲୋଭ ନାହିଁ। କ୍ଷମତା ପ୍ରତି ମୋର ଆଦୌ ମାୟା ମୋହ ନାହିଁ। ପୂର୍ବତନ ଆଏଏସ ଅଫିସର କେ. ରାଜୁ ଜୱାହରଙ୍କ ଏକ ବହି ଉନ୍ମୋଚନ କରିବା ଅବସରରେ ରାହୁଲ ଏହା କହିଛନ୍ତି।
ସେ କହିଛନ୍ତି ଯେ, ରାଜନୈତିକ ବ୍ୟକ୍ତିମାନେ ସର୍ବଦା କ୍ଷମତାର ସନ୍ଧାନରେ ରୁହନ୍ତି। ମୁଁ କ୍ଷମତା କରିଡରରେ ଜନ୍ମ ହୋଇଛି ସତ କିନ୍ତୁ, ସଚ୍ଚୋଟତାର ସହ କହିବାକୁ ଚାହେଁ ମୋର ସେଥି ପ୍ରତି ଆଦୌ ଇଚ୍ଛା ନାହିଁ। ବଦଳରେ ମୁଁ ଦେଶର ଲୋକ ଏବଂ ଦେଶକୁ ବୁଝିବାକୁ ପ୍ରୟାସ କରେ । ଏବେବି ଭାରତରେ ଅସ୍ପୃଷ୍ୟତା ବଞ୍ଚି ରହିଛି। ତାହା ମୁଁ ଅନୁଭବ କରିଛି। ଏହି ମାନସିକତାକୁ ଆମକୁ ବଦଳେଇବାକୁ ପଡ଼ିବ । ଏହି ଅବସରରେ କୃତଜ୍ଞା ଜଣାଇ କହିଥିଲେ ଯେ, ଦେଶବାସୀଙ୍କର ମୋ ପ୍ରତି ନିଃସର୍ତ୍ତ ଭଲ ପାଇବା ରହିଛି। ମୁଁ ସେମାନଙ୍କଠାରେ ନିଶ୍ଚିତ ଋଣୀ। ମୁଁ ମଧ୍ୟ ଇଟା ପଥର ମାଡ଼ ଖାଇଛି।
ଯାହା ମୋତେ ଖୁବ୍‌ କଷ୍ଟ ଦେଇଛି। କିନ୍ତୁ ମୋ ପାଇଁ ତାହା ଶିକ୍ଷା ଥିବା ମୁଁ ଅନୁଭବ କରିଥିଲି। ଦେଶରେ ଏବେବି ନିର୍ଦ୍ଦିଷ୍ଟ ଜାତିଙ୍କୁ ଆକ୍ରୋଶ ଭାବେ ଆକ୍ରମଣ କରାଯାଉଛି । କିଛି ଲୋକ ସଙ୍ଗବଦ୍ଧ ହୋଇ ନିରୀହ ଲୋକଙ୍କୁ ଆକ୍ରଣ କରୁଛନ୍ତି। ସେମାନଙ୍କ ପ୍ରତି ପଶୁ ଭଳି ବ୍ୟବହାର କରୁଛନ୍ତି। ସେମାନେ ପଛୁଆ ଜାତିର ହୋଥିବାରୁ ଅତ୍ୟାଚାରରେ ଶିକାର ହୁଅନ୍ତି। କେ. ରାଜୁ The Dalit Truth: The Battle for Realizing Ambedkar’s Vision” ନାମକ ଏକ ବହି ଲେଖିଛନ୍ତି। ଦେଶରେ କିଭଳି ଦଳିତଙ୍କ ସ୍ୱରକୁ ଦବେଇ ଦିଆଯାଉଛି ସେ ବିଷୟରେ ଉପସ୍ଥାପନ କରାଯାଇଛି। କଂଗ୍ରେର ଏସି, ଏସଟି ଏବଂ ଓବିସି ସେଲର ଜାତୀୟ ସଂଯୋଜକ ହେଉଛନ୍ତି କେ.ରାଜୁ।

nis-ad
Leave A Reply

Your email address will not be published.