ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ (୮/୪) : ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ହୋଇଥିବା ଗଣହତ୍ୟା ମୁଖ୍ୟ ଅଭିଯୁକ୍ତର ଭାଇକୁ ହିଞ୍ଜିଳି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିଲନ କୁମାର ସ୍ୱାଇଁ (୨୫) | ଗତ ମାର୍ଚ୍ଚ ମାସ ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ କମେଂଟମରାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ୬ଜଣ ମିଶି ଫାଷ୍ଟଫୁଡ ଦୋକାନ କରିଥିବା ୪ ଭାଇଙ୍କୁ କାଠ ଫାଳିଆ, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ(୨୨), ଶମ୍ଭୁ ସ୍ୱାଇଁ (୧୯) ଓ ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) । ମୃତକଙ୍କ ପିତା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ଗତ ମାର୍ଚ୍ଚ ୨୮ସୋମବାର ବିଳମ୍ବିତ ରାତିରେ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଘଟଣାରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ୍ ଅମିୟ କୁମାର ସ୍ୱାଇଁ (୩୬), ପୁରୁଷୋତ୍ତମପୁର ଥାନା ଅଂଚଳରୁ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ବାହାନପତି ଓରଫ୍ ବାହାନ ବେହେରା (୨୮), ବଳିଆ ଓରଫ୍ ଦିପୁ ସେଠି (୧୯) ଓ ରାମଚନ୍ଦ୍ରପୁର ଗ୍ରାମର ଚିତ୍ର ଓରଫ୍ ଚିତ୍ରସେନ ସେଠି (୧୯) ଓ ସନ୍ତ ଓରଫ୍ ସନ୍ତୋଷ ସ୍ୱାଇଁ (୨୩)ଙ୍କୁ ଛତ୍ରପୁର – ରମ୍ଭା ନିକଟବର୍ତ୍ତୀ ଅଂଚଳରୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ୬ଟି ରକ୍ତଭିଜା କାଠ ଫାଳିଆ, ଲୁହାର ରଡ୍ ସମେତ ବିଭିନ୍ନ ମାରଣାସ୍ତ୍ର ଓ ୨ ସ୍କୁଟି ଜବତ କରିଛି । ଅନ୍ୟପକ୍ଷରେ ଘଟଣା ପରଠାରୁ ସଂପୃକ୍ତ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଆସିକା ଏସଡିପିଓଙ୍କ ତତ୍ତ୍ୱାବଧାନରେ ଗ୍ରାମରେ ଏକ ଶନ୍ତି କମିଟି ଗଠନ କରାଯିବା ସହ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣ ପୁଲିସ କର୍ମଚାରୀ ଗ୍ରାମରେ ମୃତୟନ ରହି ଘଟଣାର ତିକ୍ଷଣ ନଜର ରଖାଯାଇଛି । ଗିରଫ ମାନଙ୍କୁଗତ ୨୯ ରିଖ ମଙ୍ଗଳବାର ଶେରଗଡ କୋର୍ଟ ଚାଲାଣ କରାଯିବା ନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହିଞ୍ଜିଳି ଥାନାଅଧିକାରୀ ଅଭିମନ୍ୟୂ ଦାଶ ଙ୍କ ନିର୍ଦ୍ଦେଶନାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆନ୍ଧ୍ର ପ୍ରଦେଶ ରେ ଲୁଛି ଥିବା ଜାଣି ମିଲନ କୁମାର ସ୍ବାଇଁ କୁ ଗୁରୁବାର ଗିରଫ କରିଛି। ଶୁକ୍ରବାର ଗିରଫ ଅଭିଯୁକ୍ତ କୁ ଡାକ୍ତର ମାଇନା ପରେ ଶେରଗଡ କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ୨୨ ତାରିଖ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଶମ୍ଭୁ ଏକ ଫାଷ୍ଟଫୁଡ ଦୋକାନ କରିଥିଲେ । ଦୋକାନ ସମ୍ମୁଖରେ ଏକ ଦମ୍ପତି ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଫାଷ୍ଟଫୁଡ ଦୋକାନ ସମ୍ମୁଖରେ ଗାଡିରୁ ଖସି ପଡିଥିଲେ । ଦୋକାନ ନିକଟରେ ଉପସ୍ଥିତ ଥିବା ମୁଖ୍ୟ ଅଭିଯୁକ୍ତ ସାଧୁ ଦମ୍ପତିଙ୍କୁ ଅଶ୍ଳୀଳ କମେଂଟ କରିଥିଲେ । ପାଣ୍ଡବ ଦୋକାନ ସମ୍ମୁଖରେ ଏଭଳି ଅଶ୍ଳୀଳ କମେଂଟ ନକରିବା ପାଇଁ କହିବାରୁ ସାଧୁ, ପାଣ୍ଡବଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଖବର ପାଇ ପାଣ୍ଡବଙ୍କ ୩ଭାଇ ରାଜା, ଶମ୍ଭୁ ଓ ଚନ୍ଦନ ଦୋକାନକୁ ଆସି ଘଟଣା ସର୍ମ୍ପକରେ ଶମ୍ଭୁଙ୍କ ଠାରୁ ପଚାରି ବୁଝିଥିଲେ । ରାତି ପ୍ରାୟ ସାଢେ ୧୧ଟା ସମୟରେ ସାଧୁ ଗ୍ର୍ରମାର ୫ଜଣ ସହଯୋଗୀଙ୍କ ସହ କାଠଫାଳିଆ, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ର ଧରି ଶମ୍ଭୁଙ୍କ ଦୋକାନକୁ ଆସି ୪ଭାଇଙ୍କ ଉପରେ ଅର୍ତକିତ ଆକ୍ରମଣ କରିଥିଲେ । ଆକ୍ରମଣରେ ୪ ଭାଇ ଓ ପ୍ରତିପକ୍ଷ ଗୋଷ୍ଠୀର ତଥା ମୁଖ୍ୟ ଅଭିଯୁକ୍ତ ସାଧୁ ଗୁରୁତର ଆହତ ହୋଇ ଜାତୀୟ ରାଜପଥ ଉପରେ ସଜ୍ଞାହୀନ ହୋଇ ପଡି ରହିଥିଲେ । ଖବର ପାଇ ଆସିକା ଏସଡିପିଓ, ଆସିକା ଆଇଆଇସି ପ୍ରଶାନ୍ତ କୁମାର ସାହୁ, ପାଟପୁର ଆଇଆଇସି ସବ୍ୟସାଚି ମଲ୍ଲ, ଶେରଗଡ ଥାନା ଆଇଆଇସି ମନୋଜ ପ୍ରଧାନ, ଧରାକୋଟ ଥାନା ଆଇଆଇସି ଉମାକାନ୍ତ ସାହୁ, ହିଞ୍ଜିଳି ଆଇଆଇସି ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପଂହଚି ସଜ୍ଞାହିନ ଅବସ୍ଥାରେ ପଡିଥିବା ୫ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ଭାଇ ରାଜା, ପାଣ୍ଡବ ଓ ଶମ୍ଭୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହି ଚନ୍ଦନ ଓ ମୁଖ୍ୟ ଅଭିଯୁକ୍ତ ସାଧୁଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ବାଟରେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା । ଘଟଣା ଗ୍ରାମରେ ଖବର ପ୍ରଚାରିତ ହେବା ପରେ ୨୩ ତାରିଖ ସକାଳେ ନରେନ୍ଦ୍ରପୁର ଗ୍ରାମାବାସୀ ୫୯ ନଂ ଜାତୀୟ ରାଜପଥ ପିତଳ ଛକରେ ଟାୟାର ଜାଳି ଜାତୀୟ ରାଜପଥକୁ ପ୍ରାୟ ସାଢେ ୧୦ ଘଂଟା ଧରି ଅବରୋଧ କରିଥିଲେ । ସାଇଂଟିଫିକ୍ ଟିମ ସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଗଞ୍ଜା ମଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ଦଳାଇ ଓ ୧୦ ପ୍ଳାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୃତୟନ ରହିଥିଲେ । ଦୋଷୀଙ୍କୁ ଫାଶିଦଣ୍ଡ, ପିତଳ ଛକ ନିକଟରେ ପୋଲିସ ଫାଣ୍ଡି ପ୍ରତିଷ୍ଠ ଓ ପିତଳ ଛକ ନିକଟରେ ରହିଥିବା ୨ ମଦଚ ଦୋକାନ ଉଚ୍ଛେଦ ଦାବି କରି ଗ୍ରାମର ସହସ୍ରାଧିକ ମହିଳା ଓ ପୁରୁଷ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ମୃତକଙ୍କ ଘରେ ପଂହଚି ବାବା ଓ ମା’ଙ୍କୁ ଗଭିର ସମବେଦନା ଜ୍ଞାପନ କରିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ଗଞ୍ଜାମ ଏସପି ଘଟଣା ସ୍ଥଳରେ ପଂହଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା, ପିତଳ ଛକରେ ପୋଲିସ ଫାଣ୍ଡି ସ୍ଥାପନ ଓ ନିକଟରେ ରହିଥିବା ୨ ମଦ ଦୋକା୍‌ନକୁ ଉଚ୍ଛେଦ ସକାଶେ ଜିଲ୍ଲାପାଳ ଆବ୍ୟଶକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ପ୍ରକାଶ ଥାଉକି, ଦୋଷୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଘଟଣା ପରାଠାରୁ ପିତଳ ଛକରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ଚେତାବନି ଦେଇଥିଲେ । ଫଳରେ ଘଟଣା ପର ଠାରୁ ପିତଳ ଛକ ସମସ୍ତ ଵ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିଛି।

nis-ad
Leave A Reply

Your email address will not be published.