ଟିପିଏସ୍‌ଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ ସବ୍‌ଷ୍ଟେସନର ଶୁଭାରମ୍ଭ


ବିଦ୍ୟୁତ ବିଭ୍ରାଟ ସମୟରେ ଭରସାଯୋଗ୍ୟ ଯୋଗାଣ ପାଇଁ ବିକଳ୍ପ ସମାଧାନ
ଭୁବନେଶ୍ୱର/ବ୍ରହ୍ମପୁର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଡେ୍ (ଟିପିଏସଓଡିଏଲ୍‌) ପକ୍ଷରୁ ଏହାର କାର୍ଯ୍ୟ କ୍ଷେତ୍ରରେ ଭ୍ରାମ୍ୟମାଣ ସବଷ୍ଟେସନ ଭାବେ ପରିଚିତ ଅଭିନବ ସମାଧାନର ଶୁଭାରମ୍ଭ କରାଯାଇଛି ।
ଏହି ଭ୍ରାମ୍ୟମାଣ ସବଷ୍ଟେସନରେ ସାମିଲ ରହିଛି ଏକ ବିତରଣ ଟ୍ରାନ୍ସଫରମର, ହାଇ ଟେନସନ୍ ଓ ଲୋ ଟେନ୍‌ସନ୍ ସୁରକ୍ଷା ଉପକରଣ ସହିତ ଏକ ଭ୍ରାମ୍ୟମାଣ ଟ୍ରଲିରେ ଖଞ୍ଜାଯାଇଛି ଅନ୍ୟାନ୍ୟ ଉପକରଣ । ଏହି ଭ୍ରାମ୍ୟମାଣ କ୍ଷୁଦ୍ର ଆକୃତିର ସବଷ୍ଟେସନ ହେଉଛି ପ୍ଲଗ୍‌-ଇନ୍ ପ୍ରକାରର ସବଷ୍ଟେସନ ଓ ପରିବହନ ସମୟ ବ୍ୟତୀତ ସେବା ପାଇଁ ଏହାକୁ ଉପଯୋଗୀ କରିବା ଲାଗି ୧.୫ ଘଂଟା ସମୟ ଦରକାର । ସ୍ଥାପିତ ଟ୍ରାନ୍ସଫରମର ଖରାପ ହୋଇଯିବା ଓ ହସ୍ପିଟାଲ ଭଳି ପ୍ରମୁଖ ସଂସ୍ଥା୍‌, ଜଳ ଯୋଗାଣ ଏବଂ ଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭଳି ମାମଲାରେ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ
କରିବା ଲାଗି ଏହାକୁ ବ୍ୟବହାର କରାଯାଉଛି ।
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ଯେ, “ନୂତନ ପ୍ରଯୁକ୍ତି ପ୍ରୟୋଗ କରିବା ଏବଂ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ରହିଥିବା ଲକ୍ଷ୍ୟର ଏହା ହେଉଛି ଏକ ଅଂଶ । ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱ ଦେଇ ଆମେ ନବସୃଜନ ଜାରି ରଖିବୁ ଏବଂ ନୂତନ ସେବା ଆରମ୍ଭ କରିବୁ ।”

nis-ad
Leave A Reply

Your email address will not be published.