ଦଳରୁ ନିଲମ୍ବିତ ହେଲେ ପୁର୍ବତନ କାଉନସିଲର

ଫୁଲବାଣୀ (୮/୪) : କନ୍ଧମାଳ ଜିଲ୍ଲା ବିଜେଡିରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ, ବଢ଼ିବାରେ ଲାଗିଛି ।ଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦେଶନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି। ଏ ମାନଙ୍କ ଯୋଗୁ ପଂଚାୟତ ଓ ପୌର ନିର୍ବାଚନରେ ଦଳ କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦଳବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର ଆଜି ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସମ୍ପାଦକ ମିଡ଼ିଆ ସେଲ ମୁଖ୍ୟ ମାନସ ମଙ୍ଗରାଜ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ପ୍ରଦୀପ ମୁନି ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ସେହପରି ପୌର ନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ କାଉନସିଲର ଭାଗବତ ବେହେରା,ଓ ଶ୍ରୀବଛ ବେହେରାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।ଆଉ କାହାକୁ ଆଗକୁ ଦଳରୁ ବହିଷ୍କୃତ କରାଯିବାକୁ ଅଛି ତାହା ଦେଖିବାକୁ ବାକି ଅଛି। ଦଳିୟ ଟିକେଟ ନ ମିଳିଲେ ଏପରି ବିଶୃଙ୍ଖଳା ଦେଖାଯାଉଛି ବୋଲି ସର୍ଵ ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।

nis-ad
Leave A Reply

Your email address will not be published.