ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବର ନିନ୍ଦା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ପତ୍ର ପ୍ରଦାନ

ଫୁଲବାଣୀ-(୮/୪) : ବାଲେଶ୍ବର ଜିଲ୍ଲା ନିଳଗିରି ଥାନା ଆଇ.ଆଇ.ସିଙ୍କ ବର୍ବରଚିତ କାଣ୍ଡକୁ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଆଜି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କନକ ଟିଭି ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରୀ ପୋଲିସ ଆକ୍ରୋଶ ମୂଳକ ଭାବେ ମାଡ ମାରିବା, ମିଛ ମାମଲାରେ ଗିରଫ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ତୀବ୍ର ପ୍ରତିବାଦ କରିବା ସହ ସଂମ୍ପୃକ୍ତ ଲେଡି ଆଇଆଇସି ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀ କରିଛି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବ । ଆଜି ଫୁଲବାଣୀ ପ୍ରେସକ୍ଳବ ସଭାପତି ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ, ସନ୍ତୋଷ ଡିଗାଲ, ରାଧାମୋହନ ମହାପାତ୍ର, ସନ୍ତୋଷ ଦାସ,ସୁନୀଲ ବିଶ୍ବାଳ, ଅଶୋକ ମହାନ୍ତି, ବୀରେନ୍ଦ୍ର ସୁବୁଦ୍ଧି, ପ୍ରେସ କ୍ଲବ ସମ୍ପାଦକ, ପ୍ରଶାନ୍ତ କୁମାର ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସୂର୍ଯ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ବ୍ରଜ ମୋହନ ନାୟକ, ସତ୍ୟନାରାୟଣ ବେହେରା, ଶିବ ନାଏକ,ଦୁଃଖି ଶ୍ୟାମ ପ୍ରଧାନ, ବିଶ୍ବରଂଜନ ସାମନ୍ତରାୟ, ବୈଦ୍ୟନାଥ ବେହେରା, ତ୍ରୀନାଥ ସାହୁ, ସୁଜିତ ବେହେରା, ଡ଼. ରଞ୍ଜନ ପ୍ରଧାନ,ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ସଞ୍ଜୟ ପାତ୍ର, ପ୍ରମୁଖ ପ୍ରେସ କ୍ଲବ ଠାରୁ ଏକ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ବାଲେଶ୍ବର ଜିଲ୍ଲା ନିଳଗିରି ଆଇ.ଆଇ.ସି ଜଣେ କର୍ତବ୍ୟରତ ସାମ୍ବାଦିକ ଲୋକ ନାଥ ଦଳେଇ ସେହି ସ୍ଥାନର ଜଣେ ହୋମ୍‌ଗାର୍ଡଙ୍କ ମିଥ୍ୟା ଲିଖିତ ଅଭିଯୋଗକୁ ଭିତି କରି ଶ୍ରୀ ଦଳେଇଙ୍କୁ ଗିରଫ କରିବା ସହ ଥାନାରେ ନିର୍ଯ୍ୟାତନା ଦେଇଥିଲେ ।
ଯାହା ଫଳରେ ଶ୍ରୀ ଦଳେଇ ଗୁରୁତ ହୋଇଯାଇଥବାରୁ ତାଙ୍କୁ ନିଳଗିରି ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପୋଲିସ ପଠାଇଥିଲା । ଚିକିତ୍ସାଧନ ଅବସ୍ଥାରେ ଶ୍ରୀ ଦଳେଇଙ୍କ ଗୋଡରେ ଶିଙ୍କୁଳି ଏବଂ ବେଡି ପକାଇ ସମସ୍ତ ନିୟମ କାନୁନ୍‌କୁ ପୋଲିସ ଆଖୁ ବୁଜି ଦେଇଥିଲା । ସଂପୃକ୍ତ ଆଇ.ଆଇ.ସିଙ୍କୁ ତୁରନ୍ତ ଗିରଫ କରାଯିବା ସହ ଶ୍ରୀ ଦଳେଇଙ୍କ ନାମରେ ଥିବା ମିଥ୍ୟା ମକଦମାକୁ ପ୍ରତ୍ୟାହାର ଏବଂ ସମ୍ପୃକ୍ତ ଆଇ.ଆଇ.ସିଙ୍କ ସ୍ଥାବର ଅସ୍ତାବର ସମ୍ପତି ଦୁର୍ନିତି ନିବାରଣ ଦ୍ବାରା ତଦନ୍ତ କରିବା ପାଇଁ ଦାବି କରାଯାଇଛି । ପ୍ରେସ କ୍ଲବର ସାମ୍ବାଦିକ ସଂଘର ୫୦ ରୁ ଉର୍ଦ୍ଧ୍ଵ ଗଣମାଧ୍ୟମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋବ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.