ଅଙ୍ଗନବାଡ଼ି ଶିଶୁଙ୍କୁ ଦିଆଯାଉଛି ପଚା ଅଣ୍ଡା

ଦାରିଙ୍ଗବାଡ଼ି,୮/୪ : ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ ନିମନ୍ତେ ରାଜ୍ୟ ସରକାର ଅଙ୍ଗନବାଡ଼ି ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଖାମଖିଆଲି ମନଭାବ ଯୋଗୁଁ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ ହୋଇଚି । ସିମନବାଡ଼ି ଅନ୍ତର୍ଗତ ସାରୁମାହା ଅଙ୍ଗନବାଡ଼ି ରୁ ଆସିଛି ଏଭଳି ଅଭିଯୋଗ । ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଶୁକ୍ରବାର ଦିନ ଶିଶୁଙ୍କୁ ପଚା ଅଣ୍ଡା ଦିଆଯାଇଥିବା ଅଭିଭାବକ ଅରୁଣ ପ୍ରଧାନ ଅଭିଯୋଗ କରିଛନ୍ତି । ଅରୁଣ ପ୍ରଧାନ ସାରୁମାହା ଅଙ୍ଗନବାଡ଼ି କେନ୍ଦ୍ରରୁ ସାନ ପୁଅକୁ ମିଳିଥିବା ୧୨ ଗୋଟି ଅଣ୍ଡା ଆଣି ସିଝାଇଥିଲେ । ହେଲେ ଅଣ୍ଡାଗୁଡିକ ସମ୍ପୁର୍ଣ୍ଣ ପଚି ଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ଭାବେ ଅଧିକାଂଶ ସମୟରେ ଅଙ୍ଗନବାଡ଼ି ପଚା ଅଣ୍ଡା ଦେଉଥିବା ଅରୁଣ ଅଭିଯୋଗ କରିଛନ୍ତି । ଯଦି ଛୋଟ ଶିଶୁଙ୍କୁ ଏଭକି ପୃଷ୍ଟିକର ଖାଦ୍ୟରେ ପଚା ଅଣ୍ଡା ଦିଆଯିବ ତାହାଲେ ପିଲାଙ୍କ ବିକାଶ ହେବା ବଦଳରେ ବିନାଶ ହେବ ବୋଲି ୱାର୍ଡମେମ୍ବର ଆରତୀ ନାୟକ ସମେତ ଅଂଚଳବାସୀ ମତପ୍ରକାଶ କରିଛନ୍ତି । ଏଭଳିକି ପିଲାଙ୍କୁ ସଠିକ ଭାବେ ଖାଦ୍ୟ ଦିଆଯାଉନଥିବା ୱାର୍ଡମେମ୍ବର ଅଭିଯୋଗ କରିଛନ୍ତି । ଏଣୁ ଏହାର ତଦନ୍ତ କରାଯାଇ ଅଙ୍ଗନବାଡ଼ିଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସମିତିସଭ୍ୟ ସାଧୁ ନାୟକ ସମେତ ଅଂଚଳବାସୀ ଦାବି କରିଛନ୍ତି । ସିଡ଼ିପିଓ ଅଞ୍ଜଳି ମହାପାତ୍ର ଙ୍କୁ ପଚାରିବାରୁ, ଦୁଇ ଦିନ ଛୁଟି ଅଛି ସୋମବାର ଦିନ ତଦନ୍ତ କରାଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.