ବରିଷ୍ଠ ନାଗରିକଙ୍କ ଭୌତିକ ଶାରୀରିକ ଚିକିତ୍ସା କେନ୍ଦ୍ର ସହ ଭ୍ରାମ୍ୟମାନ ଗାଡିର ଶୁଭ ଆରମ୍ଭ କଲେ ଜିଲ୍ଲାପାଳ…

ମାଲକାନଗିରି : ମାଲକାନଗିରି ସଦରମହକୁମା ବସଷ୍ଟାଣ୍ଡ ନିକଟରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଭ୍ରାମ୍ୟମାନ ଗାଡି ସହ ଭୌତିକ ଶାରୀରିକ ଚିକିତ୍ସାକେନ୍ଦ୍ର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି l ଉକ୍ତ ଭ୍ରାମ୍ୟମାନ ୟୁନିଟ ମାଲକାନଗିରି ବିଭିନ୍ନ ବ୍ଲକ ପରୀକ୍ରମା କରିବା ସହ ବରିଷ୍ଠ ନାଗରିକଙ୍କ ଚିକିତ୍ସା ଓ ଔଷଧ ବିତରଣ କରିବ ଏବଂ ତା ସଙ୍ଗେ ସଙ୍ଗେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ମାଲକାନଗିରି ଅଣାଯିବା ବ୍ୟବସ୍ଥା କରାଯିବ l ଏହା ସମ୍ପୂର୍ଣ ଭାବେ ମାଗଣା ହୋଇଥିବା ବେଳେ ରାଜ୍ୟ ସରକାର ଙ୍କ ଏସ.ଏସ.ଇ.ପି.ଡି ଯୋଜନା ଅନୁଯୟୀ (ଷ୍ଟେଟ ଆକ୍ସନ ପ୍ଲାନ ଫର ସିନିୟର ସିଟିଜନ) ଯୋଜନା ଓ ଶ୍ରଦ୍ଧାଞ୍ଜଳି ଏନଜିଓ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳନା ହେବ ବୋଲି ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.