ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସାଧାରଣ ବୈଠକ


ହିଞ୍ଜିଳିକାଟୁ, ୬/୪ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ୩ୟ ସାଧାରଣ ବୈଠକ ସଭାକକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ନବ ନିର୍ବାଚିତ ଅଧ୍ୟକ୍ଷା ସରସ୍ବତୀ ସେଠୀ ସଭାପତିତ୍ୱ କରିଥିଲେ । ନିମନ୍ତିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ,ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ମଞ୍ଚସିନ ଥିଲେ।ମଞ୍ଚସିନ ଅତିଥି,ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖଙ୍କୁ ସ୍ୱାଗତ ଭାଷଣ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସ୍ଥାନୀୟ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ସୁପରିଚାଳନା ସକାଶେ ଥାନା ଅଧିକାରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଆମ ପୋଲିସ ସମିତି ବୈଠକ ଆୟୋଜନ କରି ଗ୍ରାମ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା ଉପରେ ଥାନା ଅଧିକାରୀ ଗୁରୁତ୍ୱାରୋପ କରିଥିଲେ।ଜିପିଇଓ ପ୍ରଶାନ୍ତ କୁମାର ରଥ ପୁର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାର ସଫଳ ରୂପାୟନ ଉପରେ ଅବଗତ କରାଇଥିଲେ।ମୁଖ୍ୟତଃ କୃଷି ଓ ଆନୁସଙ୍ଗିକ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ପରିମଳ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା, ସମନ୍ବିତ ଶିଶୁ ବିକାଶ ଯୋଜନା, ମନରେଗା ଯୋଜନା, ଗ୍ରାମୀଣ ଆବାସ ଯୋଜନା ଓ ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ଅବଗତ କରାଇଥିଲେ।ବିଭିନ୍ନ ଯୋଜନାର ସୁପରିଚାଳନା ସକାଶେ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଉଦ୍ଦେଶ୍ୟକୁ ସାକାର କରି ଶ୍ରେଷ୍ଠ ବ୍ଲକ ରୂପେ ପରିଗଣିତ କରିବା ପାଇଁ ବ୍ଲକ ପ୍ରତିନିଧି ଶ୍ରୀ ପ୍ରଧାନ ପରସ୍ପର ମଧ୍ୟରେ ସହଯୋଗ ଓ ସହଭାଗୀତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ବାଇ ଗୀତାଞ୍ଜଳି, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡଃ ପ୍ରତିଭା ପାତ୍ର, ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧି,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟ ନାରାୟଣ ଦାଶ,ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଚୌଧୁରୀ,ସହକାରୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ,ପୂର୍ତ୍ତ ସହକାରୀ ଯନ୍ତ୍ରୀ ଇଂ ଉମା ଚରଣ ପାଢ଼ୀ, ସିଡିପିଓ ଅଂଶୁପା ସାହୁ, ପରିମଳ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ,ବିପିଏମ ଶଶାଙ୍କ ଶେଖର ପଣ୍ଡା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.