ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ, ୬/୪ : ଗତ ମାର୍ଚ୍ଚ ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ କମେଂଟମରାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ୬ଜଣ ମିଶି ଫାଷ୍ଟଫୁଡ ଦୋକାନ କରିଥିବା ୪ ଭାଇଙ୍କୁ କାଠ ଫାଳିଆ, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ(୨୨), ଶମ୍ଭୁ ସ୍ୱାଇଁ (୧୯) ଓ ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) । ମୃତକଙ୍କ ପିତା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ଗତ ୨୮ ରିଖ ସୋମବାର ବିଳମ୍ବିତ ରାତିରେ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ରହିଛି । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ମ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ୍ ଅମିୟ କୁମାର ସ୍ୱାଇଁ (୩୬), ପୁରୁଷୋତ୍ତମପୁର ଥାନା ଅଂଚଳରୁ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ବାହାନପତି ଓରଫ୍ ବାହାନ ବେହେରା (୨୮), ବଳିଆ ଓରଫ୍ ଦିପୁ ସେଠି (୧୯) ଓ ରାମଚନ୍ଦ୍ରପୁର ଗ୍ରାମର ଚିତ୍ର ଓରଫ୍ ଚିତ୍ରସେନ ସେଠି (୧୯) ଓ ସନ୍ତ ଓରଫ୍ ସନ୍ତୋଷ ସ୍ୱାଇଁ (୨୩)ଙ୍କୁ ଛତ୍ରପୁର – ରମ୍ଭା ନିକଟବର୍ତ୍ତୀ ଅଂଚଳରୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା ।ବୁଧବାର ଦିନ ଦୁଈ ଦିନିଆ ରିମାଣ୍ଡରେ ଆଣି ହତ୍ୟାକାଣ୍ଡ ଉପରେ ଅଧିକ ତଥ୍ୟ ଜାଣିବା ନେଇ ପଚରା ଉଚରା କରାଯିବ ।ଅନ୍ୟପକ୍ଷରେ ଘଟଣା ପରଠାରୁ ସଂପୃକ୍ତ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଆସିକା ଏସଡିପିଓଙ୍କ ତତ୍ତ୍ୱାବଧାନରେ ଗ୍ରାମରେ ଏକ ଶନ୍ତି କମିଟି ଗଠନ କରାଯିବା ସହ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣ ପୁଲିସ କର୍ମଚାରୀ ଗ୍ରାମରେ ମୃତୟନ ରହି ଘଟଣାର ତିକ୍ଷଣ ନଜର ରଖାଯାଇଛି । ଗତ ମାର୍ଚ ୨୨ ରିଖ ବିଳମ୍ବିତ ରାତିରୁ ଘଟଣା ପର ଠାରୁ ପିତଳଛକ ରେ ଥିବା ସମସ୍ତ ଦୋକାନ ବଜାର ଵନ୍ଦ ରହିଛି । ଗିରଫ ମାନଙ୍କୁ ଗତମାସ ୨୯ ମଙ୍ଗଳବାର ଶେରଗଡ କୋର୍ଟ ଚାଲାଣ କରାଯିବା ପରେ ୮ ଦିନ ପରେ ୬ରିଖ ଵୁଧବାର ଓ ଗୁରୁବାର ଦୁଇ ଦିନ ରିମାଣ୍ଡରେ ଆଣି ଅଧୁକ ପଚରା ଉଚରା କରି ଵିଚାର ଵିଭାଗିୟ ହାଜତକୁ ପଠାଇ ଦିଆଯିବା ନେଇ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଯଥାଶ୍ରୀଘ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.