ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା…


ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ନଗରର ୧୨ନଂ ୱାର୍ଡ଼ ଅଙ୍ଗନୱାଡ଼ି କେନ୍ଦ୍ର ଆନୁକୂଲ୍ୟରେ କିଶୋରି ବାଳିକା,ଆଶା, ଅଙ୍ଗନବାଡି କର୍ମୀ ଓ ସହାୟିକା ତଥା S.H.G. ଗ୍ରୁପ୍ ମହିଳା ମାନଙ୍କ ନେତୃତ୍ୱରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ ପଦଯାତ୍ରା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଉପଯୁକ୍ତ ବୟସ ସୀମା ମଧ୍ୟରେ ବିବାହ କରିବା, କିଶୋରୀ ସ୍ୱାସ୍ଥ୍ୟ ର ଯତ୍ନ, ବାଲ୍ୟ ବିବାହ କୁ ରୋକିବା ଉପରେ ଆଲୋଚନା କରାଯାଇଥିଲା l ଆଲୋଚନା ସାରି ୱାର୍ଡ଼ ଅନ୍ତର୍ଗତ ରଣାବାଇ କ୍ୟାମ୍ପ-୧,ରଣାବାଇ କ୍ୟାମ୍ପ-୨,ପଦିରିଆ ସାହି, ଗୌଡ଼ ଗୁଡା ଓ ଚାଲାଣଗୁଡା ବସ୍ତି ଗୁଡ଼ିକରେ ପଦଯାତ୍ରା ପୂର୍ବକ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ଵିଚିତ୍ରା ମଜୁମଦାର ପରିଚାଳନା କରିଥିବା ବେଳେ ଆଶା ଦିଦି କମଳା ବାରିକ ଆଦ୍ୟ ଶୈଶବ ଯତ୍ନ ଓ କିଶୋରୀ ସ୍ୱାସ୍ଥ୍ୟବସ୍ଥା ର କିଭଳି ଯତ୍ନ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସହାୟିକା ଏମ୍.ଈଶ୍ଵରୀ ଅନ୍ୟ ସାଥି କର୍ମୀ ମାନେ ମଧ୍ଯ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.