ଧାମନଗର ଏନଏସିରେ ବାଜି ମାରିଲା ବିଜେଡି

ଭଦ୍ରକ: ଧାମନଗର ଏନଏସି ନିର୍ବାଚନରେ ଶେଷ ହୋଇଛି ଭୋଟ ଗଣତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ଏନଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟିରେ ବିଜେପି ବିଜୟଲାଭ କରିଛି ।

ସୂଚନା ଅନୁସାରେ ଗତକାଲି ଧାମନଗର ଏନଏସିର ୬ଟି ବୁଥରେ ମତଦାନ ଶେଷ ହୋଇଛି । ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏହି ବୁଥ୍‌ ଗୁଡିକରେ ମୋଟ ଭୋଟର ୫ହଜାର ୯୭୯ଜଣ ଥିବାବେଳେ ୪ହଜାର ୪୦୭ ଭୋଟ ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ ।
ତେବେ ଆଜି ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଭୋଟ ଗଣତି କେନ୍ଦ୍ର ସମେତ ଧାମନଗର ଏନଏସି ଅଂଚଳରେ ୧୧ଟି ୱାର୍ଡରେ ଗତକାଲି ରାତି ୯ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଏହାସହିତ ୫ଜଣରୁ ଅଧିକ ଲୋକ ଏକତ୍ରିତ ହେବାକୁ ନିଷେଧ କରାଯାଇଛି ଓ ୪ ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି । ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି ।

nis-ad
Leave A Reply

Your email address will not be published.