ନିଜକୁ ଭଲ ନଲାଗିବାରୁ ଚୁଲି ଭାଙ୍ଗିଛି ଅଭିଯୁକ୍ତ: ଏସପି

ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାକୁ ନେଇ ଏବେ ସବୁଠି ହଟଚମଟ । ତେବେ ଏହି ଘଟଣାକୁ ନେଇ ପୁରୀ ଏସପି କନୱର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି । ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧଙ୍କୁ ଧରାଯିବା ପରେ ସେ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ସନ୍ଦିଗ୍ଧଙ୍କ ନାମ ଜେ. ମହାପାତ୍ର । ତାଙ୍କ ବୟସ ୩୦ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର । ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ଅଭିଯୁକ୍ତ ସ୍ୱୀକାର କରିଛନ୍ତି । ଅଭିଯୁକ୍ତ ଘଟଣା ଦିନ ମନ୍ଦିରକୁ ଆସିଥିଲେ ଏବଂ ବୁଲିଥିଲେ । ନିଜକୁ ଭଲ ନଲାଗିବାରୁ ସେ ରୋଷ ଘରେ ଚୁଲି ଭାଙ୍ଗିଥିବା ଏସପି ସୂଚନା ଦେଇଛନ୍ତି । ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି ।

ଘଟଣା ଦିନ ରାତି ଗୋଟାଏ ପାଞ୍ଚ ମିନିଟରେ ବାଇଶି ପାହାଚ ପାର୍ଶ୍ୱରେ ଥିବା ରୋଷଶାଳାର ପ୍ରବେଶ ପଥ ଦେଇ ଭୋଗମଣ୍ଡପ ଘର ପାଖରେ ପହଁଚିଥିଲା ସନ୍ଦିଗ୍ଧ ଯୁବକ । ରାତି ଗୋଟାଏ ଛଅ ମିନିଟ୍‌ ସମୟରେ ସେ ପାଟ ଅଗଣା ଭିତରକୁ ଯାଇଥିଲା । ସେଠାରୁ ସେ ଗାରଦ ପାହଚ ଦେଇ ନାଟମଣ୍ଡପର ପୋଖରିଆ ଭିତରକୁ ଯାଇଥିଲା । ତା’ପରେ ସେ ସେଠାରୁ ଗରୁଡ ସ୍ତମ୍ଭ ଦେଇ ମୁଦୁଲି ଦୁଆର ବାଟେ ଚାଲି ଯାଇଥିଲା ।

ତେବେ ରାତି ପ୍ରାୟ ଗୋଟାଏ ୧୬ରୁ ୧୭ ମିନିଟ୍‌ ସମୟରେ ଚୁଲି ଭଙ୍ଗା ଯାଇଥିବା ନେଇ ସେବାୟତମାନେ ଗାରଦରେ ଖବର ଦେଇଥିଲେ । ଠିକ୍‌ ସେହି ସମୟ ଭିତରେ ଅର୍ଥାତ ରାତି ପ୍ରାୟ ଗୋଟାଏ ୨୭ ମିନିଟ୍‌ ସମୟରେ ୩ ଜଣ ଜେଟିପି ସମ୍ପୃକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ସମ୍ମୁଖରେ ଛାଡି ଦେଇଥିଲେ । ତା’ପରେ ସେ ଫେରାର ହୋଇଥିଲା । ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା । ଏହାପରେ ପୁଲିସ୍‌ ତନାଘନା ଚଳାଇ ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଯୁବକକୁ ଉଠାଇ ଆଣିଛି ।

nis-ad
Leave A Reply

Your email address will not be published.