ଚାକିରୀ ଦେବା ନାଁରେ ୮ଲକ୍ଷ ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଚାକିରୀ ଦେବାକୁ କହି ୮ଲକ୍ଷଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଫୁଲନଖରା ଅଞ୍ଚଳରେ ରହୁଥିବା ଭଦ୍ରକ ଜିଲ୍ଲାର ପିତବାସ ପଣ୍ଡା (୪୪) । ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପିତବାସ ରାଜ୍ୟ ୟୁଟର୍ଣ୍ଣ ସେବା ଫାଉଣ୍ଡେସନ ନାମକ ଏକ ସଂସ୍ଥା ଖୋଲିଥିଲେ । ଏଥିରେ ସେ ଚେୟାରମ୍ୟାନ ଦାୟିତ୍ୱ ତୁଲାଉଥିଲେ । ଭଦ୍ରକର ସଞ୍ଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ଦେଇଥିଲେ । ପରେ ସଂସ୍ଥା ପାଇଁ ପିଲା ଖୋଜିବାକୁ ସଞ୍ଜୟଙ୍କୁ କହିଥିଲା । ଏନେଇ ସଞ୍ଜୟ ଚାକିରୀ ଦେବା ପାଇଁ କେତେକ ଚାକିରୀ ଆଶାୟୀ ଠିକ୍ କରିଥିଲେ । ସଂସ୍ଥାରେ ଚାକିରୀ କରିବା ପାଇଁ ୩୦ରୁ ଅଧିକ ଆଶାୟୀ ଆବେଦନ କରିଥିଲେ । ଟ୍ରେନିଂ ପରେ ୩୦ ହଜାରରୁ ଅଧିକ ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ପିତବାସ ଲୋଭ ଦେଖାଇଥିଲା । ମାତ୍ର ୨ ମାସ ଟ୍ରେନିଂ ପାଇଁ ୨୦ ହଜାରରୁ ୩୦ହଜାର ଟଙ୍କା ଡିମାଣ୍ଡ୍ କରିଥିଲା । ଏହାପରେ ଅଭିଯୁକ୍ତ ଟ୍ରେନିଂ ବାବଦରେ ଜଣକ ପିଛା ଟଙ୍କା ଆଦାୟ କରି ମୋଟ ୮ଲକ୍ଷ ଟଙ୍କା ନେଇଯାଇଥିଲା । ଫଳରେ ବହୁ ଦିନ ଅପେକ୍ଷା କରିବା ସତ୍ତ୍ୱେ୍ୱ ଚାକିରୀ ନହେବାରୁ ପିଲାମାନେ ସଞ୍ଜୟଙ୍କୁ ଜଣାଇଥିଲେ । ଏନେଇ ସଞ୍ଜୟ ଅଭିଯୁକ୍ତ ପିତବାସକୁ ପଚାରିବାରୁ ହଁ ଦେବା କହି ଦିନ ପରେ ଦିନ ଗଡାଇ ଚାଲିଲେ । ଏନେଇ ସଞ୍ଜୟ ଡିସେମ୍ବର ୧୯ ,୨୦୨୧ ରେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ପିତବାସକୁ ଧରିବାକୁ ଉଦ୍ୟମ କରିଥିଲା । ଗତକାଲି ଭଦ୍ରକ ଧାମନଗରସ୍ଥିତ ପିତବାସଙ୍କ ଘରେ ଚଢ଼ଉ କରି ପୁଲିସ ଗିରଫ କରିବାରେ ସଫଳ ହୋଇଛି ।

nis-ad
Leave A Reply

Your email address will not be published.