ଵିଜେପି ଛାଡିଲେ ପୂର୍ବତନ ଭାଜପା ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର…

ହିଞ୍ଜିଳିକାଟୁ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ଇସ୍ତଫା ଦେଲେ ହିଞ୍ଜିଳିର ଜଣାଶୁଣା ବରିଷ୍ଠ ଭାଜପା ନେତା ଓ ପୂର୍ଵତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର। ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ବୁଧବାର ମହାପାତ୍ର ନିଜ ଇସ୍ତଫା ବିଷୟରେ ପ୍ରେସ ମିଟ୍‌ କରି ଜଣାଇଛନ୍ତି।୧୯୮୮ରୁ ମହାପାତ୍ର ଭାଜପାର ପ୍ରାଥମିକ ସଦସ୍ୟରୁ ରାଜନୀତି କୁଆସିଥିଲେ। ୧୯୯୨ ରୁ ହିଞ୍ଜିଳିକାଟୁ ଏନ୍‌ଏସି କାଉନସିଲର ଭାବେ ପରିଚିତ ହୋଇ ମଣ୍ଡଳ ସଭାପତି, ଜିଲା ଯୁବମୋର୍ଚ୍ଚା ସଭାପତି, ଜିଲା ସଭାପତି ଓ ରାଜ୍ୟ ଉପସଭାପତି ଆଦି ଦାୟିତ୍ୱରେ ଥିଲେ। ୨୦୦୯ ଓ ୨୦୧୪ ରେ ଭାଜପାରୁ ହିଞ୍ଜିଳି ବିଧାନସଭା ନିମନ୍ତେ ପ୍ରାର୍ଥୀ ରହି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥିଲେ।
ରାଜ୍ୟ ଭାଜପା ବ୍ୟକ୍ତି କୈନ୍ଦ୍ରିକ ହେବା ସହ ରାଜ୍ୟ ଶୀର୍ଷସ୍ତରୀୟ ନେତାଙ୍କ ଏକଛତ୍ରବାଦ ନୀତି, ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ହତାଦର, ସହ ମହିଳା ଓ ବରିଷ୍ଠ ଙ୍କୁ ଅଣଦେଖା ସହ ଅପମାନିତ କରିବା ଓ ସଙ୍ଗଠନ ବିରୋଧୀ ଓ ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ମହାପାତ୍ର ଅଭିଯୋଗ କରିଛନ୍ତି। ମହିଳା ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅସମ୍ମାନ ଓ ଅପମାନିତ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଏହି ଅବସରରେ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦାନ ନେଇ ସେ ସ୍ପଷ୍ଟ କରିନାହାନ୍ତି।ଖୁବ୍ ଶୀଘ୍ର ହିଞ୍ଜିଳି ବିଧାନସଭା ଓ ଗଞ୍ଜାମ ଜିଲ୍ଲାର ବହୁ ନେତା ଓ କର୍ମୀ ଭାଜପାରୁ ଇସ୍ତଫା ଦେଵେ ବୋଲି ସହମତି ଥିବା ଶ୍ରୀ ମହାପାତ୍ର କହିଛନ୍ତି। ପୂର୍ବପରି ଲୋକଙ୍କ ସେବା ଓ ସାମାଜିକ କାର୍ଯ୍ୟ ଜାରି ରହିବବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.