ଟଣ୍ଡମି ସ୍କୁଲ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଦାରିଙ୍ଗବାଡ଼ି (୫/୪) : ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ଟଣ୍ଡମି ସ୍କୁଲ ଖୋଲିବାକୁ ଗ୍ରାମବାସୀଙ୍କ ଦାବି । ଏହି ଗ୍ରାମର ସ୍କୁଲରେ ପିଲା ସଂଖ୍ୟା କମଥିବା ଦର୍ଶାଇ ସରକାର ଗତ ବର୍ଷ ସ୍କୁଲ ବନ୍ଦ କରିଦେଇଥିବା ଯୋଗୁଁ ଗାଁ ପିଲା ଅନ୍ୟ ସ୍କୁଲକୁ ଯାଉନାହାଁନ୍ତି । ନିକଟରେ ରହିଥିବା ସାରୁମାହା ସ୍କୁଲ ୨ କିଲୋମିଟର ବାଟ ହୋଇଥିବା ବେଳେ ଜଙ୍ଗଲ ଓ ପାହାଡିଆ ରାସ୍ତା । ଉକ୍ତ ଜଙ୍ଗଲ ଓ ଦୂର ରାସ୍ତା ଦେଇ ପିଲା ମାନେ ଯିବା ଆସିବା ପାଇଁ ଭୟ କରୁଛନ୍ତି । ସ୍କୁଲ ବନ୍ଦ ହେବା ପରେ ଅଭିଭାବକ ମାନେ ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀ ଓ ଅନଲାଇନ ମାଧ୍ୟମରେ ଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାହାର କିଛି ସମାଧାନ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପିଲାମାନେ ଦୁଇ କିଲୋମିଟର ବାଟ ଚାଲି ଚାଲି ଯିବା କଷ୍ଟକର।ହେଉ ଅବା ସାଇକେଲରେ ଗଲା। ଗତ ୧ ତାରିଖ ରିଖ ଦିନ ସ୍କୁଲକୁ ଗଲାବେଳେ ଅଭିଷେକ ପ୍ରଧାନ ସାଇକେଲରୁ ପଡ଼ି ଗୁରୁତର ଆହତ ହୋଇ ଦାରିଙ୍ଗବାଡ଼ି ମେଡିକାଲରେ ଚିକିତ୍ସା ହୋଇଥିଲେ । ବର୍ତମାନ ପିଲା ସଂଖ୍ୟା ସରକାରୀ ନିୟମ ମୁତାବକ ୨୨ ଜଣ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାହିଁକି ସ୍କୁଲ ଖୋଲାଯାଉନାହିଁ ବୋଲି ଗ୍ରାମର ପାଣ ପ୍ରଧାନ,ମସେଫ ପ୍ରଧାନ,ସମୀର ପ୍ରଧାନ,ମାନିର ପ୍ରଧାନ,ଅମର ପ୍ରଧାନ,ସୁନିମା ପ୍ରଧାନ ସୁମନ୍ତି ମଳିକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ସ୍କୁଲ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗୋଷ୍ଟି ଶିକ୍ଷାଧିକାରୀ ରସାନନ୍ଦ କର ଙ୍କୁ ପଚାରିବାରୁ ସେ କହିଲେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଦାରିଙ୍ଗବାଡ଼ି ବିଡ଼ିଓ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ,ଏପର୍ଯ୍ୟନ୍ତ କିଛି ଉତର ଆସିନାହିଁ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.