ପୋଲିସ ପ୍ରତିଷ୍ଠା ଦିବସ : ଶ୍ରେଷ୍ଠ ୫ ପୁଲିସ ପୁରସ୍କୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୁଲିସ୍‌ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଆର ବି ଏନ୍ ଓ ଏପିଆର୍ ଦ୍ଵାରା ପ୍ୟାରେଡ୍ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ଅଧୁକାରୀ ବିପିନି ବିହାରୀ ବେହେରା ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁରେଶ ଚନ୍ଦ୍ର ଜେନା, ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର ଦଣ୍ଡସେନା, ଡେପୁଟି ଏସ୍‌ପି କେ.ପି.ପଟନାୟକ ଓ ନିର୍ଜନ ପାଢୀ, ଡେପୁଟି ଏସ୍‌ପି ବିଶ୍ବମିତ୍ର ହରପାଲ, ଡେପୁଟି ଏସ୍‌ପି ହୃଷିକେଶ ନାୟକ, ଡେପୁଟି ଏସ୍‌ ସ୍ନେହାଶିଷ ସାହୁ, ଏସ୍‌ଡିପିଓ ସଦର ମହେନ୍ଦ୍ରନାଥ ମୁର୍ମୁ, ଇନ୍ସପେଟର ସୁଶାନ୍ତ କୁମାର ସେଠୀ, ତ୍ରିପତି ଚୌଧୁରୀ, ସମୀର କୁମାର ରାଉତ ଓ ରିଜର୍ଭ ଆର.ଆଇ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନିଜର କାର୍ଯ୍ୟଦକ୍ଷତା, କୌଶଳ ଯୋଗୁଁ ୫ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ସେଥ୍ ମଧ୍ୟରୁ ୨୦୨୦- ୨୧ ପାଇଁ ବେଷ୍ଟ ଏସ୍‌ଆଇ ଜୟନ୍ତ ସେଠୀ, ବେଷ୍ଟ ଆସିଷ୍ଟାଣ୍ଡ ଏସ୍ଇ ନାରାୟଣ ପ୍ରଧାନ, ବେଷ୍ଟ ହାବିଲଦାର ଜୟରାମ ବେହେରା ବେଷ୍ଟ ଏପିଆର କନେଷ୍ଟବଳ କାର୍ତ୍ତିକ କହଁର, ବେଷ୍ଟ ଓ ଆର୍‌ କନେଷ୍ଟବଳ ରାମସିଙ୍ଗ ବେହେରା ପୁରସ୍କୃତ ହୋଇଥିଲେ ।

nis-ad
Leave A Reply

Your email address will not be published.