ଟିକାବାଲିର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ଟିକାବାଲି (୦୧/୦୪) : ଟିକାବାଲି ବ୍ଲକରେ ଥିବା ବିଭିର୍ଣ ଶିକ୍ଷା ଅନୁଷ୍ଠାନରେ ଉତ୍କଳ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ବିଗତ ବର୍ଷ ଗୁଡିକରେ କରନା ମହାମାରି କାରଣରୁ ଏହା ପାଳନ କରିବା ସମ୍ଭବ ପର ହୋଇ ପାରିନଥିଲା।ଚଳିତ ବର୍ଷ କରନା କଟକଣା ଉଠିଯାଇଥିବା ହେତୁ ବିଦ୍ୟାଳୟ ଗୁଡିକ ମଧ୍ୟ ଖୋଲିଥିବାରୁ  ଏହି ଉତ୍କଳ ଦିବସ ପାଳନ କରିବା ସମ୍ବବ ହୋଇଯାଇଛି।କେଉଁ ବିଦ୍ୟାଳୟରେ 8ଘଣ୍ଟିକା ସମୟରେ ପାଳନ କରାଯାଇଥିବା ବେଳେ କେଉଁଠି 10 ଘଣ୍ଟିକା ସମୟରେ ପାଳନ କରାଯାଇଛି।ସେହିପରି ସରକାରୀ ଉପ୍ରା ବିଦ୍ୟାଳୟ କଟିମାହା,ସରକାରୀ ଉଚ୍ଚ ବିଦ୍ୟାଳୟ ସଲପଗାଁ, ଆଦର୍ଶ ବିଦ୍ୟାଳୟ ସଲପଗାଁ,ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପଦାନପଡା, ସେବାଶ୍ରମ ବିଦ୍ୟାଳୟ ମୁଣିଙ୍ଗିଆ, ସେଣ୍ଟଯୋହନ ଇଂରାଜୀ ବିଦ୍ୟାଳୟ ଟିକାବାଲି,ସରକାରୀ ବାଳିକା ବିଦ୍ୟାଳୟ ଟିକାବାଲି ଇତ୍ୟାଦି ଟିକାବାଲି ବ୍ଲକରେ ଥିବା ସମସ୍ଥ ବିଦ୍ୟାଳୟ ଗୁଡିକରେ ଉତ୍କଳ ଦିବସ ପାଳନ କରାଯାଇ ମହାପୁରୁଷ ଉତ୍କଳମଣି ଗୋପବନ୍ଦୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସ,ମହାରାଜା କୃଷ୍ମଚନ୍ଦ୍ର ଏବଂ ଜେତେ ସବୁ ମହାପୁରୁଷ ମାନଙ୍କର ଭାଷା ଭିତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ରହିଛି ସେହିମାନଙ୍କ ଜୀବନି ଏବଂ ତ୍ୟାଗ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ।ଆଦର୍ଶ ବିଦ୍ୟାଳୟ ସଲପଗାଁରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଉତ୍କଳ ଦିବସ ଉପରେ ଏକ ବକୃତା ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।କୃତି ଛାତ୍ର ଏବଂ ଛାତ୍ରୀ ମାନଙ୍କୁ ମାନପତ୍ର ସହ ଉପହାର ପ୍ରଦାନ କରାଗଲା।

nis-ad
Leave A Reply

Your email address will not be published.