ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆରମ୍ଭ

ଟିକାବାଲି(୦୧/୦୪) ଦୀର୍ଘ ଦୁଇ ବର୍ଷ ପରେ ଟିକାବାଲି ଲୁଜୁରାମୁଣ୍ଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ରୁଦ୍ରକଳୀ ଙ୍କର ଦଣ୍ଡ ଯାତ୍ରା ଆରମ୍ଭ ପାଇଁ ଆଜି ପାଣି ତୋଳା ହୋଇ ଯାଇଛି | ଇତିହାସ କୁହେ ଆଜକୁ ପ୍ରାୟ ୩୩୦ ବର୍ଷ ପୂର୍ବ ର କଥା ୧୭୮୨ ମସିହା ରେ ଘୁମୁସରର ଭଞ୍ଜ ରାଜାଙ୍କ ଅନୁମତି କ୍ରମେ ଚକାପାଦ ର ଆନନ୍ଦେଶ୍ୱର ମନ୍ଦିରରୁ ଟିକାବାଲି ଅଞ୍ଚଳର ଛାତିଝାର ର ଟୁଣିଆ ଦୁଗାଲ ଓ ଅନ୍ୟ ତିନି ଜଣ ଙ୍କ ଗୁହାରି ରେ ମାଆ ରୁଦ୍ରକାଳୀ ଆସି ଲୁଜୁରାମୁଣ୍ଡା ରେ ଅଧିଷ୍ଠାନ ହୋଇଥିବା ଜଣା ଯାଏ | ସେହି ସମୟରେ ଆଜିର କନ୍ଧମାଳ ଜିଲ୍ଲା ରେ କୋୖଣସି ଦଣ୍ଡନାଚ ପ୍ରଥା ନଥିଲା ବୋଲି ଅଞ୍ଚଳ ଲୋକେ କୁହନ୍ତି | ମାଆ ରୁଦ୍ରକାଳୀ ଙ୍କ ଆସିବା ଦିନ ଠାରୁ କାଳକ୍ରମେ ଏହି ଦଣ୍ଡ ନାଚ ର ପରମ୍ପରା ଚାଲି ଆସୁଥିଲା ବେଳେ ବିଗତ ୨ ବର୍ଷ କୋଭିଡ ମହାମାରୀ ପାଇଁ ବନ୍ଦ କରାଯାଇ ପରମ୍ପରା ଓ ଵିଧି ଅନୁସାରେ ଗାଁରେ ହିଁ ମାଆ ଙ୍କୁ ମନ୍ଦିର ବାହାରେ ୧୩ ଦିନ ରଖି ପୁଣି ସ୍ଥାପନ କରାଯାଉ ଥିଲା | କିନ୍ତୁ ଏହି ବର୍ଷ ପୁଣି ପୂର୍ବ ଭଳି ଦଣ୍ଡନାଚ ଅନୁଷ୍ଠିତ ହେବ |ପରମ୍ପରା ଅନୁସାରେ ଏହି ଦଣ୍ଡନାଚ ଟି ଆଜି ଠାରୁ ୧୩ ଦିନ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଗାଁ ଗୁଡିକରେ ମା ରୁଦ୍ରକାଳୀ ବୁଲିବା ୧୩ ଦିନ ବୁଲିବା ସଙ୍ଗେ ସଙ୍ଗେ ପାରମ୍ପରିକ ଦଣ୍ଡ ନାଚ ମଧ୍ୟ ପ୍ରଦର୍ଶନ କରାଯାଏ |ଆଜି ସମସ୍ତ ଦଣ୍ଡୁଆ ବା ଗୁହାରି ଭକ୍ତ ମାନେ ମନ୍ଦିର ଆସିଲା ପରେ ମାଆ ଙ୍କୁ ନେଇଁ ଢୋଲ ବାଇଦରେ ସ୍ନାନ ପାଇଁ ମନ୍ଦିର ର ପୋଖରୀ କୁ ଯାଆନ୍ତି ସେଥିରେ ସ୍ନାନ ସରିବା ପରେ ପ୍ରଥମେ ପ୍ରଥା ଅନୁଯାୟୀ କାଠ କୁ କାଠ ଘଷି ଅଗ୍ନି କୁ ବାହାର କରାଯାଇ ଥାଏ |ତାପରେ ସେହି ଅଗ୍ନି ରେ ହିଁ ଧୂପ ଦ୍ବୀପ ଦେଇ ହୋମ କରି ମାଆ ଙ୍କୁ ପୂଜା କରାଯାଏ | ସେହି ଅଗ୍ନି ୧୩ ଦିନ ପର୍ଯ୍ୟନ୍ତ ଲିଭେ ନାହିଁ | ଏହି ତେର ଦିନ ପର୍ଯ୍ୟନ୍ତ ଦଣ୍ଡ ର ପାଟ୍ଟଭୂକ୍ତା, ପାଟ୍ଟଦଣ୍ଡୁଆ, ଓ ତେରଭୁକ୍ତା ପଣା ବିନା କୌଣସି ଜିନିଷ ସେବନ କରନ୍ତି ନାହିଁ ତାପରେ ଭକ୍ତ ତଥା ଦଣ୍ଡୁଆ ମାନେ ଗୋଟିଏ ଓଳା ନିଶବ୍ଦ ରେ ଅରୁଆ ଅନ୍ନ ଭୋଜନ କରନ୍ତି |ଓ ତେରଦିନ ବେଳକୁ ମନ୍ଦିର ପ୍ରାଙ୍ଗଣରେ ମେରୁ ଯାତ୍ରା ହୁଏ |
ଆକୁଳାନନ୍ଦ ଦିଗାଳ, ଟିକାବାଲି

nis-ad
Leave A Reply

Your email address will not be published.