ଆଉ ୬ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର

ଭୁବନେଶ୍ୱର: ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ଥିବା ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ରାସନ ବଣ୍ଟନ ପାଇଁ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କରୋନା ପାଇଁ ମାଗଣା ରାସନ୍ ବଣ୍ଟନ କରାଯାଉଥିବା ବେଳେ ପୁଣି ଏହାକୁ ୬ ମାସ ବୃଦ୍ଧି କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ଏକ ବିବୃତ୍ତି ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି ।

ସୂଚନା ଅନୂସାରେ SFSS ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ବଣ୍ଟନ କରାଯିବ । ଏହି ଯୋଜନାରେ ୯,୧୫,୫୩୨ ସଦସ୍ୟଙ୍କୁ ନେଇ ୨,୮୮,୫୨୮ ପରିବାର ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ ବୋଲି ସୂଚନା ରହିଛି ।

nis-ad
Leave A Reply

Your email address will not be published.