ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆଗଲପୁର ତହସିଲ ସେକ୍ସନ ଅଫିସର

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ସେକ୍ସନ ଅଫିସର କିଶୋର ଖସେଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜବତ ଟ୍ରାକ୍ଟର ଛାଡିବାକୁ ଟ୍ରାକ୍ଟର ମାଲିକ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଅଫିସରେ ରଖାଯାଇ ଅଧିକ ପଚରାଉଚରା କରାଯାଉଛି । ବଲାଙ୍ଗିର ଭିଜିଲାନ୍ସ DSP ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢଉ କରିଥିଲା ।

nis-ad
Leave A Reply

Your email address will not be published.