ବ୍ୟକ୍ତିଗତ ବାର୍ତ୍ତାଳାପକୁ ନେଇ ଦୁଇ ଶିକ୍ଷାଧିବାରୀଙ୍କ ସମ୍ମୁଖରେ ଶିକ୍ଷକଙ୍କୁ ପିଟିଲେ ଶିକ୍ଷୟତ୍ରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲପଂଚାୟତର ଏମପିଭି – ୬୫ ଉଚ୍ଚ ବିଦ୍ୟାଳୟ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅନ୍ୟଜଣେ ଶିକ୍ଷୟିତ୍ରୀ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାଡ଼ ମାରିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମାତ ଖାଇଥିବା ଶିକ୍ଷକ । ମାଡ଼ ମାରୁଥିବା ସମୟରେ ଏକ ଭିଡିଓ ବର୍ତମାନ କାଲିମେଳା ଅଂଚଳରେ ମୋବାଇଲ ରୁ ମୋବାଇଲ ଭାଇରାଲ ହୋଇଥିବା ଜଣାପଡିଛି । ସୂଚନା ନେବାରୁ ଜଣାପଡିଛି ଯେ ଏମପିଭି ୬୫ ବିଦ୍ୟାଳୟରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିଗତ ବାର୍ତାଳପକୁ ନେଇ କିଛି ବିବାଦ ସୃଷ୍ଟି ହୋଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ବର୍ତମାନ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କ ନାମରେ ଗଣ୍ଡଗୋଳକୁ ନେଇ ଏମଭି – ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହାପରେ ଏମପିଭି – ୬୫ ଗ୍ରାମର କିଛି ଲୋକ ମିସି ଏହାର ସମାଧାନ କରାଇଥିଲେ ।ତେବେ ଏହି ବିବାଦ ଥମିନଥିବା ବେଳେ ଗତ ମଙ୍ଗଳବାର ଦିନ ବିଦ୍ୟାଳୟର ସମସ୍ୟାକୁ ସମାଧାନ କରିବା ପାଇଁ କାଲିମେଳା ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରୀ ତଦନ୍ତ କରିବାକୁ ଯାଇଥିଲେ ସେହିସମୟରେ ସିଆରସିସି ସୁଭାଷ ମଣ୍ଡଳ , ଏସଏମସି ସଭାପତି ସୁମନ୍ତ ରାୟ ସମସ୍ତେ ଉପସ୍ଥିତ ରହିଥିଲେ । ଏହାପରେ ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ସହକାରୀ ଶିକ୍ଷୟିତ୍ରୀ ଇଲା ସେନ ଙ୍କୁ ମଧ୍ୟ ଉକ୍ତ ବୈଠକକୁ ଡାକି ଅଧିକାରୀ ମାନେ ତଥ୍ୟ ସଂଗ୍ରହ କରୁଥିବା ସମୟରେ ଶିକ୍ଷୟିତ୍ରୀ ଇଲା ସେନ ବୃଦ୍ଧୀତ ଓ ଉତେଜିତ ହୋଇ ଅଧିକାରି ମାନଙ୍କ ସମ୍ମୁଖରେ ଶିକ୍ଷକଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ଶିକ୍ଷୟିତ୍ରୀ ଜଣଙ୍କ ଅଧିକାରୀଙ୍କ କଥା ନଶୁଣି ଅଧିକ ଉତେଜିତ ଭାବେ କଥାବାର୍ତା କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି ।ତେବେ ୩ ଅଧିକାରୀ ଉପସ୍ଥିତ ଥାଉଥାଉ ଜଣେ ମହିଳା ଶିକ୍ଷୟିତ୍ରୀ ଙ୍କର ଏପରି ଆଚରଣକୁ ଛାତ୍ରଛାତ୍ରୀ ଅଭିଭାବକ ଗ୍ରାମବାସୀ ମାନେ ଦୃଢ ନିନ୍ଦା କରିଛନ୍ତି।ପରେ ଗ୍ରାମବାସୀ ମାନେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ସିଆରସିସି ଙ୍କ ମାଧ୍ୟମରେ ବିଇଓଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି

nis-ad
Leave A Reply

Your email address will not be published.