ଛାତ୍ରୀଙ୍କ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୩୧/୩ ) : ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ନେଇ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ଗତ ୨୮ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୬ ତାରିଖ ଦିନ ତାଲିମ କାର୍ଯ୍ୟକ୍ରମ ଶେଷ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ମହିଳା ମାନେ ନିଜର କିଭଳି ଆତ୍ମରକ୍ଷା କରିପାରିବେ ସେନେଇ ମାଷ୍ଟର ଟ୍ରେନର ଲେନି ଦିଗାଲ ଓ ଝରଣା ପ୍ରଧାନ ତାଲିମ ଦେଇଥିଲେ । ବିଦ୍ୟାଳୟ ଅଧକ୍ଷ ଡାକ୍ତର ପ୍ରତାପ ବେହେରା ଙ୍କ ତତ୍ୱାବଧାନ କ୍ରମେ କାର୍ଯ୍ୟକ୍ରମ ହୋଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ସସ୍ମିତା ସାମନ୍ତ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.