ମାନସିକ ରୋଗି ଚିହ୍ନଟ ଓ ପରିଚାଳନାକୁ ନେଇ ଆଲୋଚନା ଚକ୍ର…

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ସଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ବେସିକ ନିଡସ ଇଣ୍ଡିଆ, ବାଙ୍ଗାଲୁରଙ୍କ ମିଳିତ ସହଯୋଗରେ ମାନସିକ ରୋଗିଙ୍କ ପରିଚାଳନାଗତ ପ୍ରସ୍ତୁତି ଶିର୍ଶକ ଏକ ଆଲୋଚନା ଚକ୍ର ଜିଲ୍ଲାର ସାମ୍ବାଦିକ ବଂଧୁମାନଙ୍କ ଉପସ୍ଥିତିରେ ଆୟୋଯିତ ହୋଇଜାଇଅଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ସକ୍ରିୟ ଅଂଶଗ୍ରହଣ କରି ସଚ୍ଛାସେବୀ ମାନଙ୍କର ମନବଳ ଦୃଢକରିବା ସହ ଅବହେଳିତ ଭାବେ ରହିଜାଉଥିବା ବିଭିନ୍ନ ସ୍ମରର ମାନସିକ ରୋଗିମାନଙ୍କୁ ଏକ ସୋହାଦ୍ୟ ପୃଷ୍ଠବାତାବରଣ ସୃଷ୍ଟି କରି ଜୀବନର ମୁଖ୍ୟସ୍ରୋତରେ ସାମିଲ କରିହେବ ସେଦିଗରେ ଗୁରୁତ୍ଵଆରୋପ କରାଯାଇଛି । ବରିଷ୍ଟ ସାମ୍ବାଦିକ ସଦାସିବ ପାତ୍ର ଓ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ନିଜ ଆଖିଆଗରେ ଥିବା ବିଭିନ୍ନ ମାନସିକ ରୋଗିଙ୍କ ନିଛକ ଛବି ଉପସ୍ଥାପନା କରି ଗ୍ରାମସ୍ଥରରେ କାମକରୁଥିବା ସଚ୍ଛାସେବୀ ମାନଙ୍କୁ କାର୍ଯ୍ୟକରିବାର ପ୍ରକୃତ ଶୈଳିକୁ ବୁଝାଇଥିଲେ । କାର୍ଯ୍ୟକ୍ରମ ର ପ୍ରକୃପ ସଂଯୋଜିକା ମମତା ଦାଶ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହ କାର୍ଯ୍ୟକ୍ଷେତ୍ରରେ ଏକ ସର୍ଭେକୁ ଜଣାଇଥିଲେ । ଅନୁଷ୍ଠାନର ସଂପାଦକ ଇଂ ହରିଶଙ୍କର ରାଉତ ସାମ୍ୟବିଭାଗ ତରଫରୁ ଜିଲ୍ଲା ରେ ମାନସିକ ରୋଗିମାନଙ୍କ ପାଇଁଥିବା ବ୍ୟବସ୍ଥା ବିଷୟରେ ପ୍ରକାଶ କରିଥିଲେ । ମାନସିକ ରୋଗିଙ୍କପାଇଁ ଆଶ୍ରୟସ୍ଥଳ ଏକ ଆବଶ୍ୟକତା ଅଛିବୋଲି ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ୱାତୀ ତରଫରୁ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବାବେଳେ ଅନୁଷ୍ଠାନ ର ଅଧକ୍ଷ ପ୍ରଶାନ୍ତ ଶତପଥୀ ଉପସ୍ଥିତ ରହି ଆଗାମି ଦିନରେ କାର୍ଯ୍ୟକ୍ରମର କର୍ମକର୍ତାକୁ ଉତ୍ସାହ କରିଥିଲେ । ଶାନ୍ତନୁ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ରୋହିମୁଦ ନାୟକ ପରିଚାଳନା ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.