ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା ଗଞ୍ଜାମ ତରଫରୁ ପୁସ୍ତକ ଲୋକାର୍ପଣ ଓ ସାରସ୍ଵତ ସମାରୋହ

ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ ବ୍ରହ୍ମପୁର ତରଫ ରୁ ସ୍ଥାନୀୟ ଚିନ୍ମୟ ମିଶନ ବସନ୍ତ ବିହାର -୦୨ ବ୍ରହ୍ମପୁର ଠାରେ ଏକ ପୁସ୍ତକ ଲୋକାର୍ପଣ ସାରସ୍ଵତ ସମାରୋହ ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ ଚିନ୍ମୟ ମିଶନ ମୁଖ୍ୟ ଡ଼ ସ୍ଵାମୀ ସଦାଶିବ ନନ୍ଦ ସରସ୍ୱତୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ ଘାଟନ କରିଥିଲେ । ଭାରତୀୟ ସମାଜ ତାଲିମ ବିକାଶ ପ୍ରତି ନିଧି ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ” ଚେତାବନୀ” ର ଲେଖକ। ଶାନ୍ତନୁ କୁମାର ପଟ୍ଟନାୟକ ପ୍ରାର ମ୍ଭିକ ସଙ୍ଗୀତ ଗାନ କରିଥିଲେ।

ସଭାପତି ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ଜରିଆରେ ଅଖିଳ ଭାରତ ସାହିତ୍ୟ ପରିଷଦ ଆଭିମୁଖ୍ୟ ସହ ସମ୍ପ୍ରତି ଯୁବ ସମାଜ ରେ ଦେଖା ଦେଇଥିବା ଅସହିଷ୍ଣୁ ମନୋ ଭାବ କୁ ଦୂର କରିବା ପାଇଁ ” ଚେତାବନୀ” ହିଁ ପରମ ଅସ୍ତ୍ର ବୋଲି କହିଥିଲେ। ଉଦଘାଟକ ସ୍ୱାମୀଜୀ ନିଜ ଆଶି ବଚନ ଜରିଆରେ ଉନ୍ମୋଚିତ ପୁସ୍ତକ ଚେତାବନୀ ର କଳିଯୁଗ ଭେଣ୍ଡିଆ ଊପରେ ଆଲୋକ ପାତ କରିଥଲେ। ଆଜିର ଏ ଇ ଯୁବ ସମାଜ କିପରି ଦିଗଭ୍ରଷ୍ଟ ଓ ଲକ୍ଷ ଭ୍ରଷ୍ଟ ହୋଇ କୁ ପଥ ଗାମୀ ହେଉଛନ୍ତି ବୋଲି କହିଥିଲେ। ମୁଖ୍ୟ ଅତିଥି କବି ତଥା ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼, ଶଙ୍କର୍ଷଣ ପାତ୍ର ଆଜିକାଲି ସମାଜରେ ଘଟୁଥିବା ବିଘଟନ କୁ ଲକ୍ଷ କରି ବିବିଧ ପ୍ରସଙ୍ଗ ରେ ସୁଚନା ପ୍ରଦାନ କରିବା ସହ ଲେଖନୀ ହିଁ ବାସ୍ତବ ଜୀବନରେ ପରିବର୍ତ୍ତନ ଆଣି ପାରିବ ବୋଲି କହିଥିଲେ। ମୁଖ୍ୟ ବକ୍ତା ପ୍ର, ଦାଶରଥି ଭୁୟାଁ ଯୁବପିଢୀ ଙ୍କ ପୁସ୍ତକ ପଠନ ପ୍ରତି ଅନାଗ୍ରହ ଓ ସଂସ୍କୃତି ପ୍ରତି ବୀତସ୍ପୃହ ଆମ ପରମ୍ପରା ପାଇଁ ଏକ ଆହ୍ବାନ ବୋଲି କହିଥିଲେ।

ସମ୍ମାନିତ ଅତିଥି ଡ଼, କୈଳାସ ତ୍ରିପାଠୀ , ଉମାଚରଣ ଯାନ୍ତ୍ରିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ କର, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଜଗନ୍ନାଥ ପାଢୀ ପ୍ରମୁଖ ଭାରତୀୟ ସଂସ୍କାର, ସଂସ୍କୃତି ଓ ବ୍ୟକ୍ତିତ୍ଵ ବିକାଶ ଉପରେ ଆଲୋଚନା କରିଥିଲେ। ସଭାପତି ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପୁସ୍ତକ ସମୀ କ୍ଷା ସହ ପତନ ଶିଳ ସମାଜକୁ ସଂସ୍କାର ଅ ଭି ମୁଖି କରିବା ପାଇଁ ଲେଖକ ଯେଉଁ ଷୋହଳ ପ୍ରସଙ୍ଗ ବିଶିଷ୍ଟ ସୌଧ ନିର୍ମାଣ କରି ଛନ୍ତି ତାହା ଅନେକ ପଥ ଭ୍ରଷ୍ଟ ଯୁବକ ଙ୍କୁ ଆଶ୍ରୟ ଦେଇପାରିବ ବୋଲି କହିଥିଲେ। ସୁଦୂର ଭଞ୍ଜ ନଗର ରୁ ଯୋଗଦାନ କରି ଥିବା ବିଶିଷ୍ଟ କବି ତଥା ସାମ୍ୱାଦିକ ଶ୍ରୀ କା ର୍ତିକେଶ୍ଵର ପ୍ରଧାନ ଯୁବ ଉନ୍ମାଦନା ମୂଳକ କବିତା ଗାନ କରିଥିଲେ। ଶେଷରେ କବିସୂର୍ଯ୍ୟ ନଗର ରୁ ଯୋଗଦାନ କରି ଥିବା କବି ତଥା ସାମ୍ୱାଦିକ ଶ୍ରୀ ବାଳ କୃଷ୍ଣ ପଟ୍ଟନାୟକ ଉପସ୍ଥିତ ସଦସ୍ୟ ଓ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.