ଦୁନିଆ ରଙ୍ଗମଞ୍ଚରେ ଯେବେ ଜୀବନପର୍ବ ହୁଏ କାହାଣୀ !

ଆଜି ବିଶ୍ବ ନାଟକ ଦିବସ ର ଅନୁଚିନ୍ତା ।

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ

ନିଜ ପାଇଁ ନିଜେ ଜଣେ ଶ୍ରେଷ୍ଠ ନାୟକ ହୋଇ ବାଟ ଚାଲିବା ପାଇଁ ସମୟର ନିର୍ଦେଶ । ଜୀବନର କାହାଣୀ ଗୋଟିଏ ନାଟକ ର ବିଷୟ ହୋଇ ଗଲା ପରେ ମୁଁ ମୋର ଚରିତ୍ର ଅଭିନୟ ରେ କେତେ ସଫଳ କେତେ ବିଫଳ ପ୍ରତି ମୁହୂର୍ତ୍ତ ଅନୁଶୀଳନ କରିବା ପାଇଁ ସୁଯୋଗ ଦିଏ। ଜୀବନ ଯାପନ ପ୍ରଣାଳୀ ରେ ସୁଖ ଦୁଃଖ ହସ କାନ୍ଦ ଚିନ୍ତା ଅବସାଦ ସମାହାର। ପ୍ରତି ଦିନ ଭିନ୍ନ ଭିନ୍ନ ବିଚାର ବିବିଧ ସଂଳାପ।ଘର ଚାରି କାନ୍ଥ ଭିତରେ ଦୁଃଖ ହସ କାନ୍ଦ ଚିନ୍ତା ଲୁଚାଇ ଲୁଚାଇ ଜୀବନ ଗଢୁଥିବା ମଣିଷ ଆକସ୍ମିକ ସେହି ଭାବରୁ ବାହାରି ଆସି କବାଟ ଘରର ଖୋଲିଦେଇ କାହାକୁ ସ୍ବାଗତ କରିବା ପାଇଁ ହସି ଦିଏ। ଆତ୍ମୀୟ ଆଗରେ କହୁଥିବା ମଣିଷ ଆଖିରୁ ବହିଯାଉଥିବା ଅଶ୍ରୁ ପୋଛି ପୁଣି ସ୍ବାଭାବିକ ଅଭ୍ଯର୍ଥନା କରିବା ବିଚାର। ସତରେ ଏ ଜୀବନ ରଂଗ ମଂଚ ରେ ପ୍ରତି ମଣିଷ ଜଣେ ଜଣେ କଳାକାର ର ଭୂମିକାରେ ଚାଲିବାକୁ ହୁଏ ଆଗକୁ ଆଗକୁ। ଦୈନିକ ରାତ୍ରି ରେ ଯବନିକା ପାତ ପୁଣି ସୂର୍ଯ୍ୟ ଙ୍କ ଆଗମନ ରେ ପରଦା ଉଠି ଆଲୋକିତ ହୁଏ ଜୀବନ ନୂଆ ନୂଆ ସକାଳ। ସତେଜ ମୁହୂର୍ତ୍ତ ରେ ପ୍ରଭୁ ସ୍ମରଣ ସହିତ ଆଗକୁ ବଢି ଜୀବନ ଜୀବିକା ସଂଘର୍ଷ ରେ କାହାଣୀ ଅନେକ। ମଣିଷ ଭାବ ସମୁଦ୍ର ବିଚାର ରେ ବିବିଧତା ଭାଷା ଭାବ। କେତେବେଳେ ମାଲିକ ର ହୁକୁମ ପୁଣି କେତେ ବେଳେ କାହାର ଜୁଲୁମ ସହିତ ପରିଚିତ ମଣିଷ ପାଇଁ ଦୁନିଆ ରଂଗ ମଂଚ ରେ ସଂପର୍କ ର ଅଭିନୟ ଚରିତ୍ର ଙ୍କ କଣ ଅଭାବ ଅଛି ? ସ୍ତ୍ରୀ ସହିତ ପ୍ରେମ ପ୍ରୀତି ପୁଣି ପିଲାମାନଙ୍କ ପାଇଁ ମୁରବୀ ର କର୍ତ୍ତବ୍ଯ।ଦୁନିଆ ରେ ବାଟ ଚାଲିବା ପାଇଁ ଏକ ରୁ ଅନେକ ଚରିତ୍ର ଙ୍କ ସହିତ ଭେଟିବା ପରେ କାହାଣୀ ଅନେକ ଚରିତ୍ର ଅନେକ। ତଥାପି ଦୁନିଆ ରେ ସଫଳ ନିଖୁଣ ଅଭିନୟ କରି ଫେରି ଯାଉଥିବା ମଣିଷ ସଫଳ ନାୟକ। ସମୟ କଣ ଫେରି ଆସେ। କେବଳ କାହାଣୀ ର ଚରିତ୍ର ପରି ରହିଯାଏ ସୁଖ ଦୁଃଖ ହସ କାନ୍ଦ ଚିନ୍ତା ଅବସାଦ ସମାହାର ସଂସାର
ଆଜି ବିଶ୍ବା ନାଟକ ଦିବସ ଏ ଅନୁଭବ ର ଅନୁଚିନ୍ତା।ସବୁ କଥା କହି ହୁଏ ନାହିଁ କିନ୍ତୁ କାହାଣୀ ର ଚରିତ୍ର ରେ ନିଜ ଜୀବନ ସହିତ ସାମଞ୍ଜସ୍ୟ ଥିବା ଚରିତ୍ର ରେ ନିଜ କୁ ଖୋଜୁ ଖୋଜୁ ନାଟକ ର ଯବନିକା ପାତ ପରି ଜୀବନ ନାଟକ ଯବନିକା ପାତ ହୁଏ କାହାଣୀ ହୋଇ ଯାଏ ଜୀବନ।

ନିବାରିଣୀ
ଆୟୁର୍ବେଦ ଚିକିତ୍ସା କେନ୍ଦ୍ର
ବ୍ରହ୍ମପୁର ୮୮୪୭୮୦୯୫୩୪

nis-ad
Leave A Reply

Your email address will not be published.