ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…

ମାଲକାନଗିରି :- ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଦାର୍ଲାବେଡ଼ା ଗ୍ରାମ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ବାଭିମାନ ଅଞ୍ଚଳର ସିଦ୍ଧି ବିନାୟକ ଯୁବ ଗୋଷ୍ଠୀ ସଂଘ ସହଯୋଗରେ ଏହି ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ , ଚିତ୍ରକୋଣ୍ଡା ବ୍ଲକ୍ ଅଧ୍ୟକ୍ଷା ରାଜେଶ୍ଵରୀ ଖିଲ , ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନୀମୁଦୁଲି , ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ , ଚିତ୍ରକୋଣ୍ଡା ସରପଞ୍ଚ ହରି ମୋହନ ଖିଲ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ , ମାଲକାନଗିରି ଜିଲ୍ଲା ଜାତୀୟ ସ୍ଵାସ୍ଥ୍ୟ ମିଶନର ଡିପିଏମ ବନବିହାରୀ ମିଶ୍ର , ଭିଭିଡି କନସଲଟାଣ୍ଟ ଅଜିତ କୁମାର ଦଳେଇ , କ୍ବାଲିଟି ଆକ୍ୟୁରାନ୍ସ ମ୍ୟାନେଜର ସଚିନ ଦେବ ଗୌଡ଼ , ଜିଲ୍ଲା ଆକାଉଣ୍ଟ ମ୍ୟାନେଜର ଅଙ୍କିତ ଜୈନଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମେଗା ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ୩୦୩ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଔଷଧ ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା । ୩୦୩ ଜଣ ରୋଗୀଙ୍କ ମଧ୍ୟରୁ ୨୨ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହା ସହ ସ୍ବାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅତିଥି ମାନେ ଲୋକମାନଙ୍କୁ ରକ୍ତଦାନ ଉପରେ ସଚେତନ କରିଥିଲେ । ସ୍ଵାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା , ଡାକ୍ତର ଶତପଥୀ , ଡାକ୍ତର ପ୍ରେମାନନ୍ଦ ଓ ଯୋଡ଼ାମ୍ବ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଜୟ କୁମାର ରାଉତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସ୍ବାଭିମାନ ଅଞ୍ଚଳର ସମସ୍ତ ଆଶା , ଅଙ୍ଗନବାଡି ଓ ଜାନବାଇ ଆରବିଏସକେ ଟିମ୍ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

nis-ad
Leave A Reply

Your email address will not be published.