ବିଜୟୀ ହେବା ପରେ ବିନୟୀ ହୁଅ : ବିକାଶଶୀଳ ସମାଜ ଗଠନହେଉ ସଂକଳ୍ପ ସ୍ଵର

ଡାକ୍ତର ସାଗର ରଂଜନ ତ୍ରିପାଠୀ

ଆଜି ଓଡିଶା ର ପୌର ନିର୍ବାଚନ ସହିତ ତିନି ଗୋଟି ମହାନଗର ନିଗମର ନିର୍ବାଚନ ଫଳ ପ୍ରକାଶ ପାଇଛି। ସମସ୍ତ ବିଜୟୀ ହୋଇ ଥିବା ପୌର ପରିଷଦ ଅଧ୍ୟକ୍ଷ ଏବଂ ମେୟର ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଭାରତ ଗଣତନ୍ତ୍ର ରାଷ୍ଟ୍ର। ଏହି ଗଣତନ୍ତ୍ର ବ୍ୟବସ୍ଥା ରେ ନିର୍ବାଚନ ଏକ ବିରାଟ ପର୍ବ। ବିକାଶ ସଂକଳ୍ପ ନେଇ ନେତା ତଥା ଜନ ପ୍ରତିନିଧି ମାନେ ନିର୍ବାଚନ ସମୟ ରେ ଲୋକ ପ୍ରିୟ ହେବା ପାଇଁ ଜନ ମତ ପାଇଁ ଭୋଟ ଭିକ୍ଷା କରିବାକୁ ଆସନ୍ତି। ନିର୍ବାଚନ ଲଢ଼ି ଜୟ ଯୁକ୍ତ ପାଇଁ ଆଜି ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କ ଅଖଣ୍ଡ ସାମର୍ଥ୍ୟ ଥିବା ଜରୁରୀ। ଧନ ବଳ ଜନ ବଳ ଓ ଦଳ ର ନିଜ ନିଜ ଇସ୍ତାହାର ପ୍ରକାଶ ପାଇବା ପରେ ପ୍ରାର୍ଥୀ ବିଜୟୀ ହେବା ପାଇଁ ନିର୍ବାଚନ ପ୍ରଚାର କରନ୍ତି। ସମ୍ପ୍ରତି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଦୈନିକ ନିର୍ବାଚନ ଆଚରଣ ବିଧି କୁ ସମ୍ମାନ ଜଣାଇ ଲଢ଼ିବୁ ବୋଲି କହନ୍ତି କିନ୍ତୁ ବାସ୍ତବ ରୂପ ଦେଖି ଆମେ ମଧ୍ୟ ମନରେ ପ୍ରଶ୍ନ କରୁ ଯେ ଆଚରଣ ବିଧି ର ବେଳେ ବେଳେ କୌଣସି ମୂଲ୍ୟ ରହେକି?

ଅର୍ଥ ଆସୁଚି କେଉଁଠୁ ଏବଂ ନିର୍ବାଚନ ପ୍ରଚାର ରେ କିପରି ଅର୍ଥ ଖର୍ଚ୍ଚ ହୁଏ ଜାଣି ବିଶ୍ୱାସ ହୁଏନା। ଜଣେ ବ୍ୟକ୍ତି ଯେତେବଳେ ଲୋକ ପ୍ରତିନିଧି ହୋଇ ଗୋଟିଏ ପଦ ପାଇଁ ମତଦାତା ନିଜର ମତ ଦେଇ ଜୟ ଯୁକ୍ତ କରି ଶ୍ରଦ୍ଧା ଓ ସମ୍ମାନ ଅଜାଡ଼ି ଦିଅନ୍ତି ଏହି ବିଶ୍ୱାସ କୁ ବଜାୟ ରଖିବା ନିର୍ବାଚିତ ନେତା ଓ ନେତ୍ରୀ ଙ୍କ ଧର୍ମ। ବିଜୟୀ ହେଲା ପରେ ବିନୟୀ ହେବା ଗୋଟିଏ ଜନ ପ୍ରତିନିଧି ଙ୍କ ଧର୍ମ। ନିଜ କୁ ଜୟ ଯୁକ୍ତ ପାଇଁ ଅନୁରୋଧ କରି ପ୍ରତିଶ୍ରୁତି ଦେଇ ଜୟ ଯୁକ୍ତ ନେତା ର ଧର୍ମ ଯେ ସେ ଲୋକ ଙ୍କ ସୁବିଧା ପାଇଁ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମାଧାନ କରିବା। ନିର୍ବାଚିତ ନେତା ବା ଲୋକ ପ୍ରତିନିଧି ନିଜ ଆଚରଣ ଓ ଉଚ୍ଚାରଣ ରେ କୌଣସି ବ୍ୟବଧାନ ନ ରଖି ବିନମ୍ର ଭାବେ ଲୋକ ଙ୍କ ଭାବ ଆବେଗ କୁ ସମ୍ମାନ ଜଣାଇ ଉଦାର ସହିତ କାମ କରିବା ହିଁ ତାର ପ୍ରଧାନ ଧର୍ମ। ନିର୍ବାଚିତ ନେତା ବିଜୟୀ ହେଲା ପରେ ବିନୟୀ ସ୍ୱଭାବର ହେବା ସବୁ ଠାରୁ ଭଲ ଗୁଣ। ହାରି ଯାଇ ଥିବା ନେତା ତଥା ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଙ୍କ ପ୍ରତି କିମ୍ବା ସେହି ପ୍ରାର୍ଥୀ ଙ୍କ ଦଳ କୁ କ୍ଷତି କିମ୍ବା ଆଘାତ ଦେବା ଭଳି ଏଭଳି କୌଣସି ବିଚାର ନରଖିବା ଆବଶ୍ୟକ। କାରଣ ଏହି ଦୁର୍ବଳ ମାନସିକତା ସୃଷ୍ଟ ପରିସ୍ଥିତି ସମାଜ ପାଇଁ କିଛି ଭଲ କରେ ନାହିଁ ବରଂ ଅଶାନ୍ତ କାରଣ ହୁଏ। ସମାଜ ର ବିକାଶ ଚିତ୍ର ସହର ରୁ ଗାଁ ପର୍ଯ୍ୟନ୍ତ କରିବା ପାଇଁ ନିର୍ବାଚିତ ପୌର ଅଧ୍ୟକ୍ଷ ତଥା ତିନି ମହାନଗର ନିଗମର ମେୟର ଆଗକୁ ଆସନ୍ତୁ। ଓଡ଼ିଆ ଶାନ୍ତି ପ୍ରିୟ ରାଜ୍ୟ ଏବଂ ଓଡ଼ିଶା ବାସୀ ବଡ଼ ସରଳ। ପ୍ରଭୁ ଜଗନ୍ନାଥଙ୍କ ଦେଶ ଶାନ୍ତି ଓ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଆସୁଥିବା ପବିତ୍ର ଭୂମି। ଆଜି ଯେଉଁ ମାନେ ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଜନତା ଜନାର୍ଦ୍ଦନ ଙ୍କ ସେବା ପାଇଁ ନିର୍ବାଚନ ରେ ବିଜୟୀ ହୋଇ ଛନ୍ତି ପୁଣି ଥରେ ସମସ୍ତ ଙ୍କ ସୁଖ ସମୃଦ୍ଧି କାମନା କରୁଛି ଏବଂ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ପାଇଁ ସଂକଳ୍ପ ନିଅନ୍ତୁ।ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ର ନମ୍ର ନିବେଦନ।


ନିବାରିଣୀ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର
ବ୍ରହ୍ମପୁର
୮୮୪୭୮୦୯୫୩୪

nis-ad
Leave A Reply

Your email address will not be published.