ବ୍ରହ୍ମପୁର ମହାନଗର ନିର୍ବାଚନ ରେ ବିଜେଡି ବିଜୟୀ ବିଜେପି ଆଶ୍ୱସ୍ତ..! ସଙ୍ଘ ମିତ୍ରା ଙ୍କ ମୁଣ୍ଡରେ ମେୟର ମୁକୁଟ…

ବିଜେଡି ଦୁର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ରେ ଆଜିର ପୌର ନିର୍ବାଚନ ଫଳାଫଳ ର ସଂକେତ ବିଜେଡି ଶିବିର ଯେତିକି ଉଲ୍ଲସିତ ବର୍ତ୍ତମାନ ବିଜେପି ଆଶ୍ୱସ୍ତ ବୋଲି କୁହାଯିବା ସବୁ ଠାରୁ ବଡ଼ ଚର୍ଚ୍ଚା ବିଷୟ ଯେ ବ୍ରହ୍ଣପୁର ର ମେୟର ନିର୍ବାଚନ ରେ ବିଜେଡି ଶିବିର ପ୍ରାଣ ମୁର୍ଚ୍ଛା ଉଦ୍ୟମ କରି ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ଙ୍କୁ ଜିତାଇ ବିଜେଡି ମହାନଗର ନିଗମ ନିଜ ହାତକୁ ତୃତୀୟ ଥର ପାଇଁ ନେଇ ହେଟ୍ରିକ କରିବା ଏକ ଇତିହାସ ସ୍ରଷ୍ଟି କରିଛିା ଆଜିର ନିର୍ବାଚନ ଫଳ ରେ ସଂଘ ମିତ୍ରା ଦଳେଇ ଙ୍କ ମେୟର ପଦ ପାଇଁ ବିଜୟ ତାଙ୍କ ରାଜନୈତିକ ଜୀବନ ର ବହୁ ପ୍ରତୀକ୍ଷିତ ଆନନ୍ଦ ! କଂଗ୍ରେସ ରେ ରାଜନୀତି ରେ ସ୍ୱତନ୍ତ୍ର ପରିଚୟ ଦିନେ ସୃଷ୍ଟି କରିଥିବା ମହିଳା ନାରୀ ନେତ୍ରୀ ଆଜିର ମେୟର ଶାସକ ବିଜୁ ଜନତା ଦଳ ରେ ହେବା ଏକ ଅପୂର୍ଵ ସଂଯୋଗ କୁହା ଯାଇପାରେ, ତିନି ତିନି ଥର ବ୍ରହ୍ମପୁର ସହର ରେ କର୍ପୋରେଟର ଏବଂ ବିଜୁ ମହିଳା ସଂଗଠନ ର ପ୍ରଭାରୀ ଭାବରେ ଅତି ନିଖୁଣ କାର୍ଯ୍ୟ ସମ୍ପାଦନ କରି ଆସିଥିଲେ ସଙ୍ଘମିତ୍ରା ଦଳେଇ ଏବଂ ତାଙ୍କର ପାରଦର୍ଶିତା ଏବଂ ଧୈର୍ଯ୍ୟ ଓ ନୀତି ଆଜିର ମେୟର ପଦ ରେ ବସିବା ପାଇଁ ତାଙ୍କୁ ସୁଯୋଗ ଦେଇଛି | ଅନ୍ୟ ପଟେ ସେ ଯେଉଁ ଲୋକ ପ୍ରିୟତା ପାଇଥିଲେ ତାର ଇନାମ ସହ ଆଜିର ମେୟର ପଦ ତାଙ୍କୁ ଭିନ୍ନ ପରିଚୟ ଦେବ ନିଶ୍ଚିତ।ତାଙ୍କ ସମୃଦ୍ଧ ରାଜନୈତିକ ଜୀବନ କୁ ସ୍ୱୀକୃତି ଦେବା ପାଇଁ ଓଡିଶା ବିଜୁ ଜନତା ଦଳ ର ସଂଗଠକ ପ୍ରଣବ ଦାସ ଙ୍କ ସହଯୋଗ କୁ ଅସ୍ବୀକାର କରା ନ ଯାଇ ପାରେ। ପ୍ରଣବ ଦାସ ଙ୍କ ପରି ସଂଗଠକ ଙ୍କ ଶୁଭ ଦୃଷ୍ଟି ରୁ ବିଜୁ ଜନତା ଦଳ ରେ ସଂଘମିତ୍ରା ଦଳେଇ ଙ୍କ ଅନୁଭବ ଆଜିର ମେୟର ହେବା ପାଇଁ ଶ୍ରେୟ ଯିବ।ଯେଉଁ ଦିନ ବିଜୁ ଜନତା ଦଳ ର ରାଜ୍ୟ ସାଙ୍ଗ ଠନିକ ସମ୍ପାଦକ ପ୍ରଣବ ଦାସ ବବି ଦାସ ଙ୍କ ସହ ସାକ୍ଷାତ କରିଥିଲେ ସେହି ଦିନ ଠୁ ସଙ୍ଘ ମିତ୍ରା ଦଳେଇ ଙ୍କ ରାଜନୈତିକ ଜୀବନ ଭିନ୍ନ ମୋଡ ନେଇ ଥିଲା। ଆଜିର ବିଜୟ ପାଇଁ ବବି ଦାସ ଙ୍କ ଶୁଭେଚ୍ଛା ମଧ୍ୟ ସ୍ବୀକାର୍ଯ୍ୟ।ବିଜୁ ଜନତା ଦଳ ରେ ତାଙ୍କ ପ୍ରାର୍ଥୀ କୁ ନେଇ ଅନେକ ଅସନ୍ତୋଷ ଥିଲା କିନ୍ତୁ ବିଜୁ ଜନତା ଦଳ ରେ ଅନ୍ୟତମ ମାର୍ଗଦର୍ଶକ ଗୋପବନ୍ଧୁ ଦାସ ଙ୍କ ପ୍ରତି ଅସନ୍ତୁଷ୍ଟ ଙ୍କ ଭୟ ହେତୁ ନିର୍ବାଚନ ପ୍ରଚାର ରେ ଅନେକ କର୍ମକର୍ତା ସାମିଲ ହେଲେ।ଅନ୍ୟ ପଟେ ବିଜେପି ର ମେୟର ପ୍ରାର୍ଥୀନୀ ଡ ସବିତା ସୁହାର ନିଜ ବ୍ୟକ୍ତିତ୍ୱ ବଳ ରେ ସେ ଯେଉଁ ଅଙ୍କ କୁ ଛୁଇଁ ପାରିଛନ୍ତି ବିଜେପି ପାଇଁ ଏକ ପ୍ରକାର ଆଶ୍ୱାସନା ବାଣୀ ସଦୃଶ୍ୟ।ବିଜେଡି ପ୍ରାର୍ଥୀନୀ ସଙ୍ଘ ମିତ୍ରା ଦଳେଇ୬୬୦୬୮ ପାଇଥିବା ବେଳେ ଦ୍ଵିତୀୟ ସ୍ଥାନ ରେ ବିଜେପି ର ଡ ସବିତା ସୁହାର ୪୫୭୮୨ ବଂ ତୃତୀୟ ରେ ଆମ ଆଦମୀ ଦଳ ର ଶ୍ରୀ ପ୍ରିୟଙ୍କା ୭୪୫୩ ଏବଂ ଚତୁର୍ଥ ର ମଞ୍ଜୁ ରଥ ୬୭୬୮ ଭୋଟ ଦେଇ ଛନ୍ତି।ମେୟର ପ୍ରାର୍ଥୀନୀ ୨୦୨୮୬2 ଭୋଟ ଅନ୍ତର ରେ ବିଜେପି ପ୍ରାର୍ଥୀନୀ ଡ ସବିତା ସୁହାର ଙ୍କ ଠାରୁ ଅଧୁକ ଭୋଟ ପାଇ ବିଜୟିନୀ ହୋଇ ଛନ୍ତି।ମହାନଗର ବ୍ରହ୍ମପୁର ନିର୍ବାଚନ ରେ ସର୍ବ ମୋଟ ୪୨ ଟି ୱାର୍ଡ ରୁ ବିଜେଡିର ୩୦ଗୋଟି କର୍ପୋରେଟର ବିଜେପି ର ୭ ଜଣ କର୍ପୋରେଟର ସ୍ୱାଧୀନ ପ୍ରାର୍ଥୀ ୪ ଏବଂ କଂଗ୍ରେସ ଜଣେ ମାତ୍ର ବିଜୟୀ ହୋଇ ଛନ୍ତି।ଆଜିର ଏହି ନିର୍ବାଚନ କୁ ନେଇ ସହର ବାସୀ ଙ୍କ ମଧ୍ୟ ରେ ଏକ ପ୍ରକାର ଆଶା ଓ ଭରସା ରହିଛି ସତ କିନ୍ତୁ ଭବିଷ୍ୟତ କହିବ ସଙ୍ଘ ମିତ୍ରା ଦଳେଇ ଙ୍କ ଟିମ କେତେ ସଫଳତା ପାଇବେ ମହାନଗର ବିକାଶ ପାଇଁ ନବୀନ ପଟ୍ଟନାୟକ କହି ଥିଲେ ଏ ସହର ଦାୟିତ୍ୱ ମୋର । ଆଜି ଯେଉଁ ମାନେ ଏହି ନିର୍ବାଚନ ରେ ଶାସକ ଦଳ ର ପ୍ରତିନିଧିତ୍ବ କରିବେ ସେ ମାନ ଙ୍କ ପାଇଁ ମଧ୍ୟ ଏକ ଅଗ୍ନି ପରୀକ୍ଷା ଅସ୍ବୀକାର କରି ହେବ ନାହିଁ

nis-ad
Leave A Reply

Your email address will not be published.