ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି । ସେପଟେ ଫିଲ୍ମ ରିଲିଜ ପୂବର୍ରୁ ଆଡଭାନ୍ସ ଟିକେଟ ବୁକିଂରେ ଆରଆରଆର ଫିଲ୍ମ ରେକର୍ଡ କରିଛି ।
ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ କେତେ ଉତ୍ସାହିତ ତାହା ଏଥିରୁ ଜଣା ପଡୁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ୬୦ କୋଟି ଟଙ୍କାରୁ ଅଧିକର ଆଡଭାନ୍ସଡ ବୁକିଂ ହୋଇଛି। ଚଳଚ୍ଚିତ୍ର ବ୍ୟବସାୟ ବିଶେଷଜ୍ଞଙ୍କ ଅନୁସାରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନ ହିଁ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିବ। ରିଲିଜ୍ ପୂର୍ବରୁ ହିଁ ‘ଆରଆରଆର୍’ ଅନେକ ରେକର୍ଡକୁ ଭାଙ୍ଗି ଦେଇଛି। ବିତରଣ, ସାଟେଲାଇଟ୍, ମ୍ୟୁଜିକ୍ ଭଳି ରାଇଟ୍ସ୍ ବିକ୍ରି କରି ଏହି ଚଳଚ୍ଚିତ୍ର ବିପୁଳ ୮୦୦ କୋଟି ଟଙ୍କା ଆୟ କରିଛି। ରିଲିଜ୍ ପୂର୍ବରୁ ୮୦୦ କୋଟି ଆୟ କରିବାରେ ‘ଆରଆରଆର୍’ ଭାରତର ପ୍ରଥମ ଚଳଚ୍ଚିତ୍ର ହୋଇଛି।
ଖବର ଅନୁସାରେ ଏସ୍.ଏସ୍. ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସବୁଭାଷାର ପ୍ରି-ରିଲିଜ୍ ଥିଏଟ୍ରିକାଲ ବ୍ୟବସାୟ ୪୭୦ କୋଟିରୁ ଅଧିକ। ଏଥି ସହିତ ପ୍ରି-ରିଲିଜ୍ ଥିଏଟ୍ରିକାଲ ବ୍ୟବସାୟ କରିବାରେ ଏହି ଚଳଚ୍ଚିତ୍ର ଭାରତର ସବୁ ଚଳଚ୍ଚିତ୍ରର ରେକର୍ଡକୁ ଭାଙ୍ଗି ଦେଇଛି। ବାହୁବଳି ୩୫୦ କୋଟିର ପ୍ରି-ରିଲିଜ୍ ଥିଏଟ୍ରିକାଲ ବ୍ୟବସାୟ କରିଥିଲା।
‘ଆରଆରଆର୍’ର ନନ୍-ଥିଏଟ୍ରିକାଲ୍ ବ୍ୟବସାୟ (ଡିଜିଟାଲ୍, ସାଟେଲାଇଟ୍, ମ୍ୟୁଜିକ୍ ରାଇଟ୍ସରୁ ଆୟ) ୨୭୫ରୁ ୩୦୦ କୋଟି। ଏହି ଅନୁସାରେ ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ହିଁ ୭୫୦ ରୁ ୮୦୦ କୋଟି ଟଙ୍କା ଆୟ କରିଛି।
ରିପୋର୍ଟ୍ ଅନୁସାରେ ଆମେରିକାରେ ପ୍ରିମିୟର ସମୟରେ ‘ଆରଆରଆର୍’ ୧୬ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଛି। ବାହୁବଳି ପ୍ରଥମ ଦିନରେ ସମସ୍ତ ଭାଷାରେ ପାଖାପାଖି ୧୨୧ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏବେ ‘ଆରଆରଆର୍’ର ଏଡଭାନ୍ସଡ ବୁକିଂରୁ ଅନୁମାନ ଲଗାଯାଉଛି ଯେ ଏହି ଚଳଚ୍ଚିତ୍ରଟି ବାହୁବଳି-୨ର ବି ରେକର୍ଡ ଭାଙ୍ଗି ପାରେ। ‘ଆରଆରଆର୍’ ଚଳଚ୍ଚିତ୍ରର ଏଡଭାନ୍ସଡ ବୁକିଂ ସାରା ଭାରତରେ ବହୁତ ଭଲ ଅଛି। ଆମ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ‘ଆରଆରଆର୍’ର ଆଡଭାନ୍ସଡ ବୁକିଂ ଆରମ୍ଭ ହୋଇ ଅନେକ ସୋ’ ଟାଇମ୍ ହାଉସ୍ ଫୁଲ୍ ହୋଇ ସାରିଲାଣି।

ଫିଲ୍ମ ବ୍ୟବସାୟ ବିଶେଷଜ୍ଞଙ୍କ ଅନୁସାରେ ‘ଆରଆରଆର୍’ ବକ୍ସ ଅଫିସରେ ୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ। ତେବେ ରିଲିଜ୍ ହେବା ପରେ ହିଁ ଜଣା ପଡିବ ‘ଆରଆରଆର୍’କୁ ଲୋକମାନେ କେତେ ପସନ୍ଦ କରୁଛନ୍ତି। ଲୋକମାନଙ୍କୁ ‘ଆରଆରଆର୍’ ଭଲ ନ ଲାଗିଲେ, ଏହି ଚଳଚ୍ଚିତ୍ରର ବ୍ୟବସାୟ ଭଲ ହେବ ନାହିଁ।

nis-ad
Leave A Reply

Your email address will not be published.