ନବଜୀବନର ୨୪ତମ ବସନ୍ତ ମହୋତ୍ସବ ଉଦଘାଟିତ…


ସୁନ୍ଦରଗଡ – ୨୬/୦୪/୨୪ ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ପ୍ରଯୋଜିତ ବହୁ ପ୍ରତିକ୍ଷୀତ ” ବସନ୍ତ ମହୋତ୍ସବ”ର ଶୁଭାରମ୍ଭ ଆଜି ସୁନ୍ଦରଗଡସ୍ଥିତ ସଂସ୍କୃତି ଭବନରେ ହୋଇ ଯାଇଛି। ଏହି ସୁନାମଧନ୍ୟ ମହୋତ୍ସବ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ନାଟ୍ୟକାର, ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଦ୍ବାରା। ସ୍ବର୍ଗତ ଭୋଳଙ୍କ ଅବର୍ତ୍ତମାନରେ ନବଜୀବନ ଏହି ପରମ୍ପରାକୁ ଜୀବିତ ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଉଦ୍ ଘାଟନୀ ଉତ୍ସବରେ ସୁନ୍ଦରଗଡ ସହରର ସୁନାମଧନ୍ୟ ଡାକ୍ତର ଡଃ.ଦିଲୀପ ମିଶ୍ର ମୁଖ୍ୟ ଅତିଥି ଭାବରେ ଓ ପ୍ରସିଦ୍ଧ ଓଡ଼ିଆ ସିନେ ତାରକା ପ୍ରଦୀପ ଦତ୍ତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ବର୍ଗତ ପ୍ରଦୀପ ଭୋଳ ଓ ମା ସମଲେଇଙ୍କ ଫଟୋଚିତ୍ର ପାଖରେ ଦୀପ ପ୍ରଜ୍ବଳନ ଓ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଏହି ମହୋତ୍ସବ ଆରମ୍ଭ ହୋଇଥିଲା। ଏହା ପରେ ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବିଭାପା ଅଧ୍ୟକ୍ଷ ଅମରେଶ ସାମଲଙ୍କ ଦ୍ବାରା ପରିବେଷିତ ଭାଓଲିନ ବାଦନ ସମସ୍ତଙ୍କୁ ମୋହିତ କରିଥିଲା।


ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିବା ସୁନାମଧନ୍ୟ ନିର୍ଦ୍ଦେଶକ ଡ଼ଃ.କୃଷ୍ଣ ଚନ୍ଦ୍ର ଦାଶ ନିକଟ ଅତୀତରେ ଦାମନଯୋଡି ଠାରେ ଅନୁଷ୍ଠିତ ପଞ୍ଚପଟମାଳୀ ଉତ୍ସବରେ ଶ୍ରେଷ୍ଠ ରଚନା ଭାବରେ ପୁରସ୍କୃତ ହୋଇଥିବା “ଚିଠି” ନାଟକର ଟ୍ରଫି ମୂଳସ୍ରଷ୍ଟା ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଧର୍ମପତ୍ନୀ ସ୍ନେହଲତା ଭୋଳଙ୍କୁ ପ୍ରଦାନ କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିବା କିଛି ସ୍ଵାଧୀନତା ସଂଗ୍ରାମୀଙ୍କ ଅଧୁନା ସମାଜରେ ଅବହେଳିତ ହେବାର କାହାଣୀ ହେଉଛି “ଚିଠି”। ବିଶିଷ୍ଟ ନାଟ୍ୟକାର,ନିର୍ଦ୍ଦେଶକ ଓ ସଂଲାପଲେଖକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ମୂଳ ରଚନାର ଅନୁସୃଜନ ଓ ନିର୍ଦ୍ଦେଶନା ଦେଇଥିଲେ ଡ଼ଃ.କୃଷ୍ଣ ଚନ୍ଦ୍ର ଦାଶ। ନାଟ୍ୟ ଚରିତ୍ର ଚନ୍ଦ୍ରମଣି ଭୂମିକାରେ କୃଷ୍ଣ ଚନ୍ଦ୍ର ଦାଶ, ଶିବ ଚରିତ୍ରରେ କ୍ଷୀରୋଦ ପାତ୍ର,ଅବିନାଶ ଚରିତ୍ରରେ ମଣିରଞ୍ଜନ ପଟ୍ଟନାୟକ, ଉଷାରାଣୀ ଚରିତ୍ରରେ ସୁକାନ୍ତି ମହାପାତ୍ର, ବିନି ଚରିତ୍ରରେ ପ୍ରତିମା ପଣ୍ଡା ଓ ବିକ୍ରମ ଭୂମିକାରେ କୈଳାଶ ପାତ୍ରଙ୍କ ହୃଦୟସ୍ପର୍ଶୀ ଅଭିନୟ ସମ୍ମୋହିତ କରିଦେଇଥିଲା ସମଗ୍ର ଦ୍ରଷ୍ଟାଙ୍କୁ।
ଆଜିର ଏହି ଉତ୍ସବର ନବଜୀବନ ସଭାପତି ପ୍ରଭାତ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦକ ଅଜୟ
ବହିଦାର, କୋଷାଧ୍ୟକ୍ଷ ଶ୍ୟାମ ନନ୍ଦନ ସହାୟ, ବରିଷ୍ଠ ସଦସ୍ୟ ଚନ୍ଦ୍ରମଣି ମିଶ୍ର, କୁମୁଦ ପଣ୍ଡା, ଆଶିଷ ଦେ,ସମରେନ୍ଦ୍ର ଠାକୁର,ଦେବେନ ଅମାତ, ରାଜେନ୍ଦ୍ର ପଣ୍ଡା, ଗୋପକୃଷ୍ଣ ନାଏକ, ବିଜୁ ମହାରଣା, ଅଶ୍ଵିନୀ ନାଏକ, ବିଭୂରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ପତି, ରୀତା ସାହୁ, ଲତିକା ପଟ୍ଟନାୟକ ଓ ବୃନ୍ଦାବନ ଦାଶଙ୍କ ସହାୟତାରେ ଏବଂ ବିଶ୍ୱରଂଜନ ହୋତାଙ୍କ ମଞ୍ଚସଂଯୋଜନାରେ ସମ୍ପନ୍ନ ହୋଇଥିଲା।

nis-ad
Leave A Reply

Your email address will not be published.