ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ୨୦୨୪ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ କୋଣ ଅନୁ କଣରେ ପରିଚିତ ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ 2024 ଫୁଲବାଣୀ ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଧୁମଧାମରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଶ୍ରୀମତୀ ସିକତା ଦାସ ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଲିତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ବିଜୟ କୃଷ୍ଣ ପଟ୍ଟନାୟକ,ଏଲ.ଡି.ଏମ୍ ହରିକୃଷ୍ଣ ଜେନା,ବିବି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ଜାମୁଝରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା ଦାସ, ବିଶିଷ୍ଠ ନାଟ୍ୟକାର ବିଜୟ କୁମାର ସାହୁ, ଉପଦେଷ୍ଟା ଗୁରୁ ବିକ୍ରମ ସାମଲ, ସମାଜସେବୀ ଦେବେନ୍ଦ୍ର କୁମାର ପାତ୍ର, ସ୍ଵାତି, କନ୍ଧମାଳର ସମ୍ପାଦକ ଇଂ ହରିଶଙ୍କର ରାଉତ ଯୋଗଦାନ କରିଥିଲେ।ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା। ଗୁରୁ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କ କଣ୍ଠ ସଙ୍ଗୀତ, ଭୁବନେଶ୍ବରରୁ ଗୁରୁ ସମୀକ୍ଷା ଦୀକ୍ଷିତଙ୍କ ଏକକ ଓଡିଶୀ ନୃତ୍ୟ, ଗୁରୁ ସିକତା ଦାସଙ୍କ ଏକକ ଓଡିଶୀ ନୃତ୍ୟରେ ରାମାୟଣ କଥା ବସ୍ତୁ ବର୍ଣ୍ଣନା,ଏବଂନଟରାଜ କଳା ମନ୍ଦିରର ବରିଷ୍ଠ ଓ କନିଷ୍ଠ ଶୀଳ୍ପିଙ୍କ ଦଳଗତ

ଓଡ଼ିଶୀ,ସମ୍ବଲପୁରୀ, ଭଜନ ଓ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୃତ୍ୟ ନାଟିକା ସାକ୍ଷୀ ଗୋପିନାଥ, ଯେଉଁଥିରେ ନଟରାଜ କଳା ମନ୍ଦିରର ଗୁରୁ ବିନୋଦ ଚନ୍ଦ୍ର ସାହୁ,ବିଶିଷ୍ଟ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ହିନ୍ଦୀ ଶିକ୍ଷକ ଯୁଧିଷ୍ଠିର ମହାନ୍ତି ଓ ବିଭୂତି ପଣ୍ଡାଙ୍କ ନିଖୁଣ ଅଭିନୟ ଏବଂ ନୃତ୍ୟାଙ୍ଗନାଙ୍କ ନୃତ୍ୟ ଦର୍ଶକଙ୍କୁ ଅବିଭୂତ କରିଥିଲା ।ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା ଗୁରୁ ସିକତା ଦାସ, ଗୁରୁ ଲକ୍ଷ୍ମୀନାରାୟଣ ପୁରୋହିତ, ଗୁରୁ ସମୀକ୍ଷା ଦୀକ୍ଷିତ, ମଞ୍ଚ ସଂଯୋଜକ ଅଶୋକ କୁମାର ମହାନ୍ତିଙ୍କୁ ନଟରାଜ କଳା ସମ୍ମାନ ପ୍ରଦାନ କରାଜାଇଥିଲା ବେଳେ ଅନୁଷ୍ଠାନର ଛଅ ବରିଷ୍ଠ ଶୀଳ୍ପିଙ୍କୁ ନଟରାଜ ପ୍ରତିଭା ସମ୍ମାନ ପ୍ରଦାନ କରାଜାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ।

nis-ad
Leave A Reply

Your email address will not be published.