ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ( RD -1) ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ

ମାଲକାନଗିରି : ମାଲକାନଗିରି ଆଜି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ତରଫରୁ ବ୍ୟାଙ୍କ ରେ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି । ୧୦ଲକ୍ଷ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଆଶିଷଙ୍କୁ ଭିଜିଲାନ୍ସ ଡିଏସପି ତାଙ୍କ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚୁରା କରୁଛନ୍ତି । ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ କରିଦେବା କହି ଏହି ଅର୍ଥ ପିସି ଆକାରରେ ନେଇଥିଲେ । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଉପରେ ଅଧିକ ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ ।

nis-ad
Leave A Reply

Your email address will not be published.