ଭୁବନେଶ୍ୱର ଷ୍ଟ୍ରଙ୍ଗରୁମ୍ ବାହାରେ ସିସିଟିଭି ଅଚଳ ନେଇ ଉତ୍ତେଜନା

ଭୁବନେଶ୍ୱର: ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଦେଖାଦେଇଛି ଉତ୍ତେଜନା । ଷ୍ଟ୍ରଙ୍ଗରୁମରେ ଲାଗିଥିବା ସିସିଟିଭି ଜନିତ ତ୍ରୁଟିକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଦଳର କର୍ମୀ । ବାହାରେ ଲାଗିଥିବା ଏଲଇଡି ଟିଭି ବାରମ୍ବାର ବନ୍ଦ ହୋଇଯିବା ସହ କିଛି ରୁମର ସିସିଟିଭି ସଠିକ ଭାବରେ କାମ କରୁନଥିବା ଅଭିଯୋଗ କର୍ମୀ ।

ପାଖାପାଖି ୪ମିନିଟରୁ ଉର୍ଦ୍ଧ ସମୟ ସିସିଟିଭି ବନ୍ଦ ହୋଇଯାଇଥିବା ଜଣାପଡିଛି । ଏନେଇ ଉପରିସ୍ଥ ଅଧିକାରୀ ବାରମ୍ବାର ଜଣାଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି । ସେପଟେ ଲୋକଙ୍କୁ ବୁଝାଇବାକୁ ଏଡିଏମ୍ ଏବଂ ପୋଲିସ୍ ଅଧିକାରୀ ଉଦ୍ୟମ କରିଛନ୍ତି ।

nis-ad
Leave A Reply

Your email address will not be published.