ରେଣୁକାମ୍ମଆ ହେଲେ ଚିକିଟି ବ୍ଲକ ଉପାଧ୍ୟକ୍ଷ…


ଚିକିଟି-ଚିକିଟି ବ୍ଲକ ଉପାଧ୍ୟକ୍ଷ ଭାବେ ଏକସିଙ୍ଗି ସମିତି ସଭ୍ୟ ବି. ରେଣୁକାମ୍ମଆ ମନୋନୀତ ହୋଇଛନ୍ତି।ବିଜେଡ଼ି ସମର୍ଥିତ ଏହି ମହିଳା ଜଣକୁ ଦଳ ବିଶ୍ୱାସ କୁ ନେଇଥିବା ବେଳେ ପୂର୍ବତନ ସରପଞ୍ଚ ତଥା ବ୍ଲକ ଯୁବ ବିଜେଡ଼ି ସଭାପତି ସୁଧାକର ରେଡ଼ି ଙ୍କ ପ୍ରତି ମଧ୍ୟ ଆସ୍ଥା ପରିଲକ୍ଷିତ ହୋଇଛି।ପୂର୍ବରୁ କେବେ ବି ଉକ୍ତ ପଞ୍ଚାୟତ କୁ ବିକାଶ ନେଇ ନେତୃତ୍ୱ ପାଇଁ ସୁଯୋଗ ମିଳି ପାରିନଥିବା ବେଳେ ଚଳିତ ଥରଦଳ ଆସ୍ଥା ପ୍ରକଟ କରିବା ରୁ ଧନ୍ୟବାଦ ଜଣେଇଛନ୍ତି ଯୁବ ନେତା ସୀମାଦ୍ରୀ ରେଡ଼ି।
ବ୍ଲକ ର ଉପକୂଳ ବର୍ତୀ ଇଲାକା ସବୁବେଳେ ଉପେକ୍ଷିତ ହୋଇଥିବା ବେଳ ଆଗାମୀ ଦିନ ରେ ବିକାଶ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଆଶା ରହିଛି।ଏକତରଫା ଭାବେ ବିଜେଡି ଦଳ ଅଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ଉପାଧ୍ୟକ୍ଷ ମନୋନୀତ ପାଇଁ ମଧ୍ୟ ସେଭଳି କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ।କେବଳ ଜଣେ ହିଁ ଦାବିଦାର ଯୋଗୁଁ ପ୍ରଶାସନ ରେଣୁକାମ୍ମଆ ଙ୍କ ନାମ ଘୋଷଣା କରିଥିବା ବିଡ଼ିଓ ଫାଲ୍ଗୁନି ମାଝୀ ପ୍ରକାଶ କରିଛନ୍ତି।ନୂଆ ଉପାଧ୍ୟକ୍ଷ ଙ୍କୁ ଦଳ ର ତୁଙ୍ଗ ନେତା ସୁରେନ୍ଦ୍ର ମଣ୍ଡଳ , ନୂଆ ଅଧ୍ୟକ୍ଷ ଆପନା ସେଠି ଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସୁବେଛା ଜଣେଇଛନ୍ତି ।

nis-ad
Leave A Reply

Your email address will not be published.