ମଦ କୁ ପ୍ରୋତ୍ସାହନ ର କରୁଣ ପରିଣତି..! :ମୁଖ୍ୟ ମନ୍ତ୍ରୀ ଙ୍କ ଗଡ଼ ରେ ଚାରି ଜଣଙ୍କୁ ହତ୍ୟା, କ୍ଷତି ପୂରଣ ରେ କ୍ଷତ ଲିଭିବ କି..?

ହେମାଙ୍ଗ ପ୍ରସାଦ ରାଉଳ, ମୁଖ୍ୟ ସମ୍ପାଦକ ” ନିସର୍ତ୍ତ ”

ରାତି ପାହିଲେ ବିଜ୍ଞାପିତଅଞ୍ଚଳ ଓ ମହାନଗର ନିଗମର ପୌର ଅଧ୍ୟକ୍ଷ ନିର୍ବାଚନ। ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜିଲ୍ଲା ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ନିକଟ ପିତ୍ତଳ ରେ ଗଡିଲା ଗୋଟେ ନୁହଁ କି ଦୁଇ ଟି ଚାରି ଗୋଟି ମୁଣ୍ଡ। ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ସହ ଯୋଡ଼ି ହୋଇ ନାହିଁ କିନ୍ତୁ ଯେଉଁ ପ୍ରକାର ର ହତ୍ୟା କାଣ୍ଡ ଘଟିଲା ଏହା ପଛ ରେ ମଦ ପିଇ କିପରି ମଣିଷ ଉନ୍ମତ୍ତ ହୁଏ ତାର ଏକ ପ୍ରମାଣ ଦେଇଚି ଏହି ହତ୍ୟା କାଣ୍ଡ। ଗ୍ରାମାଞ୍ଚଳ ର ପ୍ରତି ଛକ ସନ୍ଧ୍ୟା ହେଲା ପରେ ଅସୁରକ୍ଷିତ ମନେ ହୁଏ ଏହାର ଏକ ମାତ୍ର କାରଣ ମଦ। ମଦ ଦୋକାନ ଖୋଲିବା ଏବଂ ମଦୁଆ ଅସାମାଜିକ ତତ୍ତ୍ଵ ଙ୍କ ପାଇଁ ଗାଁ ଗାଁ ରେ ବଡ଼ ଅଶାନ୍ତ ପରିସ୍ଥିତି। ଦୈନିକ ଚୋରି ଡକାୟତ ଏବଂ କଳହ ର ପୃଷ୍ଠ ଭୂମି ରେ ଏକ ମାତ୍ର କାରଣ ମଦୁଆ ଅସାମାଜିକ ଯୁବକଙ୍କ ବିଶୃଙ୍ଖଳା। ଓଡ଼ିଶା ରେ ମଦ ଦୋକାନ ଖୋଲିବା ପାଇଁ ସରକାର ଙ୍କ ନିର୍ଣ୍ଣୟ କୁ ନେଇ କେବେ ବି କୌଣସି ଶାଣିତ ପ୍ରତିବାଦ କରିବା ଦେଖିବାକୁ ମିଳେ ନାହିଁ। ବିଶେଷ କରି ଗଞ୍ଜାମ ଜିଲ୍ଲାରେ ମଦ ଦୋକାନ ଅଧିକ ଏବଂ ମଦ ଦୋକାନ ଆଗରେ ଭିଡ ସନ୍ଧ୍ୟା ସମୟରେ ହୁଏ। ମଦ ବୋତଲ ଗଡ଼ିବା ଦୃଶ୍ୟ ଦେଖିବାକୁ ମିଳେ ସନ୍ଧ୍ୟା ହେଲା ପରେ। ଏହା ଏକ ସୁସ୍ଥ ସମାଜ ପାଇଁ ବିପଦ ଡାକି ଆଣି ଯେଉଁ ବିଶୃଙ୍ଖଳା ଚରିତ୍ର ଙ୍କ ପାଇଁ ସୁଯୋଗ ସୃଷ୍ଟି କରେ ତାର ଶ୍ରେୟ ଯିବ ନବୀନ ପଟ୍ଟନାୟକ ଙ୍କ ମଦ ପ୍ରୋତ୍ସାହନ ନୀତି କୁ କାରଣ ଗଞ୍ଜାମ ଜିଲ୍ଲା କୁ ମଦ ଗଡ କରିବା ପାଇଁ ତାଙ୍କ ର ଅବଦାନ ଅଧିକ ପରି ମନେ ହୁଏ।
ଆଜି ହିଞ୍ଜିଳି ଥାନା ନରେନ୍ଦ୍ର ପୁର ଗାଁ ର ମଙ୍ଗଳୁ ସ୍ୱାଇଁ ଙ୍କ ପରିବାର ର ତିନି ପୁଅ ରାଜା ସ୍ୱାଇଁ ଶମ୍ଭୁ ସ୍ୱାଇଁ ପାଣ୍ଡବ ସ୍ୱାଇଁ ଏବଂ ମଙ୍ଗଳୁ ସ୍ୱାଇଁ ଙ୍କ ନାବାଳକ ପୁତୁରା ବଉଳ ଘାଇ ଗାଁ ର ଚନ୍ଦନ ସ୍ୱାଇଁ ଚାରି ଗୋଟି ଜୀବନ ଅକାଳ ରେ ଚାଲିଗଲା। ଆସନ୍ତା କାଲି ପୌର ନିର୍ବାଚନ । ଶାସକ ଦଳ ଓ ବିରୋଧୀ ଦଳମାନେ ନିଜ ନିଜ ଲୋକ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଯୋଗାଡ଼ କରିବାକୁ ବ୍ୟସ୍ତ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜିଲ୍ଲା ରେ ଏଭଳି ନାରକୀୟ ବିଭତ୍ସ ହତ୍ୟାକାଣ୍ଡ ସାରା ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଛି କିନ୍ତୁ ବିରୋଧୀ ଦଳର ନେତାମାନେ କେହି ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଟିପ୍ପଣୀ ଦେବାକୁ ଆସି ନାହାନ୍ତି କାହିଁକି? ଅନେକ ଗଣ ମାଧ୍ୟମ ଏହି ବିଭତ୍ସ ହତ୍ୟାକାଣ୍ଡ କୁ ନେଇ ସାରା ଦିନ ଚର୍ଚ୍ଚା କରୁଥିଲେ କିନ୍ତୁ ମଦ ପିଇ କିପରି ଅସାମାଜିକ ତତ୍ତ୍ଵ ଅମଣିଷ ହୋଇ କେଉଁ ସ୍ତର କୁ ଯାଇ ଯାଇ ପାରେ ସେହି ପ୍ରଶ୍ନ ଉଠାଇଛନ୍ତି ଗଞ୍ଜାମ ଜିଲ୍ଲା ବାସୀ। ଆଇନ ଶୃଙ୍ଖଳା କୁ ଚାଲେଞ୍ଜ କଲା ପରି ଅସାମାଜିକ ଯୁବକଙ୍କ ଏଭଳି ବିଭତ୍ସ କାଣ୍ଡ ପୌର ନିର୍ବାଚନ ର ଠିକ୍ ଦୁଇ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କେବଳ ପ୍ରଶ୍ନ ଉଠେଇନି ବରଂ ଗଞ୍ଜାମ ଜିଲ୍ଲାରେ ମଦ ପିଇ ସାରି ଉନ୍ମତ୍ତ ହେଉଥିବା ଖଳ ପ୍ରକୃତି ର ଅସାମାଜିକ ଯୁବକଙ୍କ କାହାଣୀ କେଡେ ଭୟଙ୍କର ତାର ପ୍ରମାଣ ଦେଇଚି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜିଲ୍ଲା ରେ ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ସାରା ଓଡିଶା ବାସୀଙ୍କ ଭାବା ବେଗ କୁ ଯେଉଁ ଆଘାତ ଦେଇଚି ଶାସକ ଦଳ ନେତାଙ୍କ ମୁହଁ ଟାଣ କରିବ କି ଏହି ପ୍ରଶ୍ନ ମଧ୍ୟ ଯଥାର୍ଥ। କଥା କଥା ରେ ବିରୋଧୀ ଦଳର ନେତାମାନେ ସାମାନ୍ୟ କଥା କୁ ପ୍ରସଙ୍ଗ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗଡ଼ ରେ ଏପରି ଚାରି ଜଣ ଙ୍କ ଅମାନୁଷିକ ହତ୍ୟା କୁ କେଉଁ ଦୃଷ୍ଟି ରେ ନେଉଛନ୍ତି ସମୟ କୁ ଅପେକ୍ଷା। କିନ୍ତୁ ମଦ ପିଇ ଗଞ୍ଜାମ ଜିଲ୍ଲାରେ ମଦ ପ୍ରେମୀ ଯୁବକ କେଉଁ ସ୍ତର କୁ ଯାଇ ପାରନ୍ତି ତାର ପ୍ରମାଣ ଦେଇଚି ପିତ୍ତଳ ର ଲୋମ ହର୍ଷଣ କାରୀ ହତ୍ୟା କାଣ୍ଡ। ଏହି ଲେଖା ଲେଖିଲା ବେଳ କୁ ସୂଚନା ମିଳୁଛି ଯେ ବ୍ରଜେଶ ରାୟ ହତ୍ୟା କାଣ୍ଡ ଘଟଣା ସ୍ଥଳ ନିକଟ ରେ ଥିବା ମଦ ଦୋକାନ କୁ ବନ୍ଦ କରିବା ସହ ଖୁବ୍ ଶୀଘ୍ର କୁ ଧରା ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏହା ପରେ ବ୍ରହ୍ମପୁର ଓ ଆସିକା ସହର କୁ ସଂଯୋଗ କରୁଥିବା ରାସ୍ତା ରୋକ ରୁ ଉତକ୍ଷିପ୍ତ ଜନତା ହଟି ଛନ୍ତି।

nis-ad
Leave A Reply

Your email address will not be published.